Latest Odisha News

BREAKING NEWS

ଆବୁଧାବିରେ ମୋଦିଙ୍କୁ ଭବ୍ୟ ସ୍ୱାଗତ; ତିରଙ୍ଗା ରଙ୍ଗରେ ଝଲସିଲା ବୁର୍ଜ ଖଲିଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଯାତ୍ରା ଶେଷ କରି ଏବେ ସଂଯୁକ୍ତ ଆରବ ଏମିରେଟରେ ପହଞ୍ଚିଛନ୍ତି । ଆବୁଧାବି ବିମାନବନ୍ଦରରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆବୁଧାବି ବିମାନ ବନ୍ଦରରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟଦ ତାଙ୍କର ସ୍ୱାଗତ କରି ପାଛୋଟି ନେଇଥିଲେ ।

ମୋଦିଙ୍କ ସ୍ୱାଗତରେ ଦୁବାଇରେ ଥିବା ବିଶ୍ୱର ସବୁଠାରୁ ବଡ ଇମାରତ ବୁର୍ଜ ଖଲିଫାକୁ ଭାରତୀୟ ପତାକା ତିରଙ୍ଗା ରଙ୍ଗରେ ସଜାଯିବା ସହ ସେଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଛି । ସେଥିରେ ପୁଣି ଲାଇଟରେ ‘ୱେଲକମ ଅନରେବୁଲ ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦି’ ବୋଲି ଲେଖା ଯାଇଛି ।

ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ଅବସରରେ ୟୁଏଇର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ଜାୟଦଙ୍କୁ ଦେଖା କରିବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି ।

ସେଠିକାର କାର୍ଯ୍ୟସୂଚି ଅନୁଯାୟୀ, ମଧ୍ୟାହ୍ନ ୨ଟା ୧୦ରେ ପ୍ରଧାନମନ୍ତ୍ରୀଙ୍କର ଔପଚାରିକ ସ୍ୱାଗତ କରାଯିବ । ଏହାପରେ ପ୍ରତିନିଧି ମଣ୍ଡଳଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ୩ଟା ୨୦ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରହିଛି । ଏହାପରେ ୪.୪୫ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି ।

ଦିନିକିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଆଜି ଆବୁଧାବିରେ ପହଞ୍ଚିଛନ୍ତି । ଏହି ଯାତ୍ରା ଅବସରରେ  ଦୁଇ ଦେଶ ମଧ୍ୟରେ ଖାଦ୍ୟ ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ର ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସମ୍ଭାବନା ରହିଛି । ଦୁଇ ଦେଶ ମଧ୍ୟରେ ଐତିହାସିକ ବୁଝାମଣା ଉପରେ ହୋଇଥିବା ପ୍ରଗତିର ସମୀକ୍ଷା କରିବା ସମ୍ଭାବନା ବି ରହିଛି ।

ସଂଯୁକ୍ତ ଆରବ ଏମିରେଟରେ ଅନେକ ପ୍ରବାସୀ ଭାରତୀୟ ରୁହନ୍ତି ଯେଉଁମାନେ କି ଦେଶର ଏକ ପ୍ରମୁଖ ଅଂଶ । ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟା ୩୦ ପ୍ରତିଶତ ।ୟୁଏଇ ରେକର୍ଡ ଅନୁସାରେ ୨୦୨୧ରେ  ଏଠାରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୩୫ ଲକ୍ଷ ଥିଲେ ।

ସୂଚନାଥାଉ କି, ଏହା ପ୍ରଧାନମନ୍ତ୍ରୀଙ୍କର ୫ମ ଗସ୍ତ ଅଟେ । ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ  ପ୍ରଥମ ଥର ପାଇଁ ୟୁଏଇ ଗସ୍ତରେ ଯାଇଥିଲେ ।

Leave A Reply

Your email address will not be published.