Latest Odisha News

BREAKING NEWS

କରତାରପୁର କରିଡର ଉଦଘାଟନ ଅବସରରେ ଇମ୍ରାନଙ୍କୁ କଣ କହିଲେ ମୋଦି, ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ କରତାରପୁର କରିଡରର ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟର ଉଦଘାଟନ କରିଛନ୍ତି ।

ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବରେ ପାକିସ୍ତାନ ସ୍ଥିତ କରତାରପୁରର ସାହିବ ଦର୍ଶନ କରିବାକୁ ବହୁ ପ୍ରତିକ୍ଷିତ ୪.୭ କିମି କରତାରପୁର ସାହିବ କରିଡର ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଖୋଲାଯାଇଛି ।

ଭାରତର ଗୁରୁଦାସପୁର ଜିଲ୍ଳାର ଡେରା ବାବା ନାନକ ସାହେବ ଠାରୁ ପାକିସ୍ତାନର କରତାରପୁରସ୍ଥିତ ଗୁରୁଦ୍ୱାର ଦରବାର ସାହିବକୁ ସିଧାସଳଖ ସଂଯୋଗ ହୋଇପାରିବ । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀର ୩ ଦିନ ପୂର୍ବରୁ ଏହି ଧାର୍ମିକ ସ୍ଥଳ ସହ ଶ୍ରଦ୍ଧାଳୁଙ୍କୁ ଯୋଦଯାଇଛି ଚଳିତ ମାସ ୧୨ ତାରିଖରେ ଗୁରୁ ନାନକଙ୍କ ଜୟନ୍ତୀ ପାଳନ ହେବ ।

ତେବେ କରତାରପୁର କରିଡର ଖୋଲିବାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦି କହିଛନ୍ତି ଯେ ଭାରତୀୟଙ୍କ ଭାବାବେଗକୁ ସମ୍ମାନ ଦେଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଶେଷ ଧନ୍ୟବାଦ ।

ମୋଦି କହିଛନ୍ତି ଯେ ଗୁରୁ ନାନକ ଦେବଙ୍କ ୫୫୦ ତମ ଜନ୍ମବାର୍ଷିକୀ ପୂର୍ବରୁ କର୍ତ୍ତାରପୁର ସାହିବ କରିଡରର ଉଦଘାଟନ ତାଙ୍କୁ ଅନେକ ଖୁସି ଦେଇଛି । ମୋଦି କହିଛନ୍ତି ଯେ ଭାରତର ସ୍ୱାଧୀନତାରେ ଶିଖମାନଙ୍କର ପ୍ରମୁଖ ଭୂମିକା ରହିଛି ।

ଦେଶ ଉଦ୍ଦେଶ୍ୟରେ କରତାରପୁର କରିଡର ସାହିବ ସମର୍ପିତ କରିବା ତାଙ୍କର ସୌଭାଗ୍ୟ ବୋଲି ମୋଦି କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଶିଖ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ପାକିସ୍ଥନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଭୁଲି ନାହାନ୍ତି ।

ଭାରତର ମନୋଭାବକୁ ବୁଝିପାରିଥିବାରୁ ମୋଦୀ ଇମ୍ରାନଙ୍କୁ ପୂର୍ବରୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ସୁଲତାନପୁର ଲୋଧିଠାରେ ଥିବା ଶିଖ ଗୁରୁଦ୍ୱାର ଠାରେ ଉପାସନା କରିବା ସହିତ ସେଠାରେ ଥିବା ପାସେଞ୍ଜର୍ ଟରମିନାଲ୍ ବିଲ୍ଡିଂକୁ ଉଦଘାଟନ କରିଥିଲେ । ଶିଖରମଲାହାନାର ବିଏସଏଫ କ୍ୟାମ୍ପ ନିକଟବର୍ତ୍ତୀ ଯାହାକି ପାକିସ୍ଥାନରେ ସ୍ଥିତ ଗୁରୁ ନାନକ ପୀଠଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ ସେଠାରେ ମୋଦୀ ଶିଖ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।

ସୂଚନାଯୋଗ୍ୟ, କରତାରପୁର କରିଡରର ଉଦଘାଟନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ସୁଲତାନପୁର ଲୋଧିଠାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସ୍ୱାଗତ କରିଥିଲେ । ସେଠାରେ ସେ ଗୁରୁଦ୍ୱାରକୁ ଯାଇ ପ୍ରଣାମ କରିବା ସହ ଲୋକଙ୍କ ସହ ମିଶିଥିଲେ ।

ଫଟୋ:(ଏଏନଆଇ)

Comments are closed.