Latest Odisha News

BREAKING NEWS

ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ପାରା ଆଥଲେଟଙ୍କ ସହ ସମୟ କାଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ଭାରତୀୟ ଆଥଲେଟ ୨୯ ସ୍ୱର୍ଣ୍ଣ ସମେତ ୧୧୧ ପଦକ ଜିତିଛନ୍ତି । ସ୍ୱଦେଶ ପ୍ରତ୍ୟାବର୍ତନ ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ପ୍ରମୋଦ ଭଗତଙ୍କ ସମେତ ଅନ୍ୟ ଆଥଲେଟମାନଙ୍କ ସହ ସମୟ କାଟିଥିଲେ । ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତକୁ ଗୌରବାନ୍ୱିତ କରିଥିବା ନେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ । ପାରା ଆଥଲେଟଙ୍କ ମନୋବଳ ବଢ଼ାଇବା ନେଇ ପ୍ରମୋଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମେ ଭାରତକୁ ଗୌରବାନ୍ୱିତ କରିବା ପାଇଁ ସର୍ବଦା ଉଦ୍ୟମ କରିବୁ ବୋଲି ସେ କହିଛନ୍ତି ।

ଆମେ ଆପଣଙ୍କ କଥା ରଖି ୧୦୦ରୁ ଅଧିକ ପଦକ ଜିତିଛୁ ବୋଲି ଭାରତୀୟ ପାରା ଅଲିମ୍ପିକ କମିଟିର ସଭାପତି ଦୀପା ମଲିକ କହିଛନ୍ତି । ପାର୍ବଣ ଋତୁରେ ଏହି ସଫଳତା ସମସ୍ତ ଭାରତୀୟଙ୍କୁ ଆନନ୍ଦ ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତ ସରକାରଙ୍କ ସହଯୋଗ ଯୋଗୁ ଏହା ସମ୍ଭବପର ହୋଇଛି ବୋଲି ଦୀପା କହିଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ଆମମାନଙ୍କୁ ଦିବ୍ୟାଙ୍ଗ ବୋଲି ସମ୍ବୋନ୍ଧନ କଲେ ତାହା ଆମକୁ ଗର୍ବିତ କରାଇଥିଲା ବୋଲି ଦୀପା କହିଛନ୍ତି ।

Leave A Reply

Your email address will not be published.