ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ସୁଧୁରୁଛି ଅର୍ଥନୈତିକ ସ୍ଥିତି । ଏନେଇ ସଂକେତ ମିଳୁଛି । ବିଗତ ସପ୍ତାହରେ ସରକାରଙ୍କର ଉଦ୍ୟମ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହି ଆଲୋଚନା କାଳରେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଘରୁ ବାହାରକୁ ବାହାରିବା କଥା ଚିନ୍ତା ବି କରନ୍ତୁନି। ସାମାନ୍ୟ ଅସାବଧାନ ହେଲେ ଆମର ସବୁ ଚେଷ୍ଟା ପାଣିରେ ପଡ଼ିବ। ୨ ଗଜ ଦୂରତ୍ୱ ରଖି ସତର୍କତାର ସହ ଆମେ କାମ କରିବା ବୋଲି ମୋଦୀ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି, ଯେ ଏବେ ପ୍ରାୟ ସବୁ ସରକାରୀ, ବେସରକାରୀ ଅଫିସ ଖୋଲିଗଲାଣି। ଧୀରେଧୀରେ ବେପାର, ବଣିଜ ସ୍ୱାଭାବିକଆଡ଼କୁ ଗତି କରୁଛି। ପ୍ରତିଟି ଭାରତୀୟଙ୍କୁ ବଞ୍ଚାଇବା ପାଇଁ ଦିନରାତି ପରିଶ୍ରମ କରିଛୁ। ଆବଶ୍ୟକ ପଦକ୍ଷେପ ଦ୍ୱାରା କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ ବୋଲି ମୋଦୀ କହିଛନ୍ତି।
କରୋନା ମୃତ୍ୟୁ ସଂଖ୍ୟାରେ ସର୍ବନିମ୍ନ ଥିବା ଦେଶ ଗୁଡିକ ମଧ୍ୟରେ ଭାରତ ରହିଛି । ଦେଶ ଏହି କରୋନା ଲଢେଇରେ ମିଳିମିଶି କାମ କରୁଥିବା ଯୋଗୁଁ ଏହା ଏକ ଉଦାହରଣ ପାଲଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
Comments are closed.