Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ୧୨୦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୨୯୭୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

BjdElectrycity

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର ସର୍ବାଧିକ ୧୯ ଜଣ ଅଛନ୍ତି । କଟକର ୧୫, ମୟୂରଭଞ୍ଜ ଓ ଖୋର୍ଧାର ୧୧ ଜଣ ଲେଖାଏଁ, ନୂଆପଡାର ୯, ସୁନ୍ଦରଗଡର ୭, କନ୍ଧମାଳର ୬ ଓ ନୟାଗଡ ଓ ବଲାଙ୍ଗୀରର ୫ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି ।

ସେହିପରି ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡା ଓ ଝାରସୁଗୁଡାର ୪ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେଉଁଝର, ଗଞ୍ଜାମ ଓ ପୁରୀର ୩ ଜଣ ଲେଖାଏଁ, ଅନୁଗୁଳ, କଲାହାଣ୍ଡିର, କୋରାପୁଟର ୨ଜଣ ଲେଖାଏଁ ଓ ମାଲକାନଗିରିର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ମଙ୍ଗଳବାର ରାଜ୍ୟରେ ଆଉ ୧୦୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି ।

Leave A Reply

Your email address will not be published.