Latest Odisha News

ଆରବିଆଇର ୯୦ତମ ଜନ୍ମଦିନରେ ଜାରିହେଲା ୯୦ ଟଙ୍କିଆ କଏନ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସ୍ୱତନ୍ତ୍ର କଏନ୍‌ ବା ମୁଦ୍ରା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି । ୯୯.୯୯% ଶୁଦ୍ଧ ରୂପାରେ ନିର୍ମିତ ଏବଂ ପ୍ରାୟ ୪୦ ଗ୍ରାମ ଓଜନ ବିଶିଷ୍ଟ ଏହି ବିଶେଷ ମୁଦ୍ରା ୯ ଦଶନ୍ଧି ଧରି ଆରବିଆଇର ସମୃଦ୍ଧ ଇତିହାସ ଏବଂ ସଫଳତାର ପ୍ରତୀକ ଅଟେ ।

ଏହି ମୁଦ୍ରାରେ କେନ୍ଦ୍ରର ପ୍ରସିଦ୍ଧ ଆର୍‌ବିଆଇ ପ୍ରତୀକକୁ ହାଇଲାଇଟେଡ୍‌ କରାଯାଇଛି। ଏହାର ତଳେ ଆରବିଆଇ ୯୦ ଲେଖା ରହିଛି। ଯାହା ଅନୁଷ୍ଠାନର ସ୍ଥାୟୀ ଐତିହ୍ୟ ଏବଂ ଭାରତର ଆର୍ଥିକ ସ୍ଥିରତା ବଜାୟ ରଖିବାରେ ଭୂମିକାକୁ ପ୍ରତିପାଦିତ କରୁଛି। ଏହା ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ନୀତିର ପ୍ରତୀକ ଥିବା ଅଶୋକ ସ୍ତମ୍ଭର ସିଂହ ରହିଛି । ନିମ୍ନରେ ଦେବନଗରୀ ସ୍କ୍ରିପ୍ଟରେ ଖୋଦିତ ଜାତୀୟ ସଙ୍କେତ ସତ୍ୟମେବ ଜୟତେ ମଧ୍ୟ ଲେଖାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଆର୍ଥିକ ପ୍ରଗତିରେ ଆରବିଆଇର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୧୪ରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ଅତି ଦୁର୍ବଳ ଥିଲା । ଆର୍ଥିକ ଭବିଷ୍ୟତକୁ ବ୍ୟାଙ୍କିଂ ବ୍ୟବସ୍ଥା ନିଶ୍ଚିତ କରିପାରୁନଥିଲା। ଏବେ କିନ୍ତୁ ସ୍ଥିତିରେ ଅନେକ ପ୍ରଗତି ହୋଇଛି।

Comments are closed.