Latest Odisha News

BREAKING NEWS

ଅନ୍ତର୍ଜାତୀୟ ଯୋଗ ଦିବସ: ଡାଲ୍ ହ୍ରଦ କୂଳରେ ଯୋଗ କରିବେ ମୋଦି

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୧ରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ । ଏହି ଅବସରରେ ସକାଳ ୬ ଟା ୩୦ରେ ଶ୍ରୀନଗରର ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଏକ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏନେଇ ଆଜି ଠାରୁ ପ୍ରଧାନମନ୍ତ୍ରୀ ଶ୍ରୀନଗର ଗସ୍ତ କରିଛନ୍ତି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରେ ଏହା ମୋଦିଙ୍କର ପ୍ରଥମ ଜମ୍ମୁକଶ୍ମୀର ଯାତ୍ରା ଅଟେ । ତେବେ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତକୁ ନେଇ ସମ୍ପୃକ୍ତ ଅଞ୍ଚଳକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ଡାଲ୍ ହ୍ରଦ ଓ ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟର ଅଞ୍ଚଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି । ସେ ଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ, ରାଞ୍ଚି, ଲକ୍ଷ୍ନୌ, ମୈସୁର ଏବଂ ଏପରିକି ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟ ସମେତ ବିଭିନ୍ନ ପ୍ରତିଷ୍ଠିତ ସ୍ଥାନରେ ଯୋଗ ଦିବସ ପାଳନ ଉତ୍ସବର ନେତୃତ୍ୱ ନେଇଛନ୍ତି ।

ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ହେଉଛି ‘ସ୍ୱୟଂ ଏବଂ ସମାଜ ପାଇଁ ଯୋଗ’ ଏବଂ ବ୍ୟକ୍ତିଗତ ତଥା ସାମାଜିକ ସୁସ୍ଥତାକୁ ପ୍ରୋତ୍ସାହିତ କରିଥାଏ । ଏହି କାର୍ଯ୍ୟକ୍ରମ ତୃଣମୂଳସ୍ତରର ଅଂଶଗ୍ରହଣ ଏବଂ ଗ୍ରାମାଞ୍ଚଳରେ ଯୋଗ ବିସ୍ତାରକୁ ଉତ୍ସାହିତ କରିବ ବୋଲି ମୋଦି କହିଛନ୍ତି ।

Leave A Reply

Your email address will not be published.