Latest Odisha News

BREAKING NEWS

ଆଜି ବର୍ଷର ଶେଷ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ ଟାରେ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ଏହା ୨୦୨୦ ର ଶେଷ ମନ୍ କି ବାତ୍‌ କାର୍ଯ୍ୟକ୍ରମ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କଠାରୁ ପରାମର୍ଶ ଲୋଡିଥିଲେ।

କରୋନା କାରଣରୁ ୨୦୨୦ ବର୍ଷ ଅତ୍ୟନ୍ତ ଅଶାନ୍ତ ଥିଲା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଥିଲେ ଯେ, ‘ଆପଣ ଆସନ୍ତା ବର୍ଷକୁ କିପରି ଦେଖୁଛନ୍ତି? ୨୦୨୧ ରେ ଆପଣ କ’ଣ ଦେଖିବାକୁ ଚାହାଁନ୍ତି? ୨୦୨୦ ର ଶେଷ ମନ୍ କି ବାତ୍‌ରେ ଅର୍ଥାତ୍‌ ୨୭  ଡିସେମ୍ବରରେ ଏହାକୁ ଅଂଶୀଦାର ହୁଅନ୍ତୁ। MyGov, NaMo App ରେ ଲେଖନ୍ତୁ କିମ୍ବା 1800-11-7800 ରେ ଆପଣଙ୍କର ବାର୍ତ୍ତା ରେକର୍ଡ କରନ୍ତୁ। ‘ ମନ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମନ କି ବାତ୍‌ରେ ପିଏମ ମୋଦୀଙ୍କ ସମ୍ବୋଧନ ଡିଡି, ଅଲ ଇଣ୍ଡିଆ ରେଡିଓ, ନାମୋ ମୋବାଇଲ ଆପ ମାଧ୍ୟମରେ ଶୁଣିବାକୁ ମିଳିବ

Leave A Reply

Your email address will not be published.