Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ହ୍ରିତିକ୍‌!

ନୂଆଦିଲ୍ଲୀ: ହ୍ରିତିକଙ୍କ ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଖୁବ୍ ଶୀଘ୍ର ବଲିଉଡର ଗ୍ରୀକ୍ ଗଡ୍‌ ହ୍ରିତିକ୍ ରୋଶନ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ୟ ବଲିଉଡ୍‌ ତାରକାଙ୍କ ପରି ହ୍ରିତିକ୍‌ ମଧ୍ୟ ଏବେ ଓଟିଟି ପ୍ଲାଟ୍‌ଫର୍ମରେ ନଜର ଆସିବେ। ସେ ହଲିଉଡ ଟିଭି ଧାରାବାହିକ ‘ଦି ନାଇଟ୍ ମ୍ୟାନେଜର’ର ହିନ୍ଦୀ ଆଡାପ୍ଟେସନ୍‌ରେ ଅଭିନୟ କରିବେ।

ରିପୋର୍ଟ ଅନୁଯାୟୀ ହ୍ରିତିକ୍ ରୋଶନ୍ ଏହି ସ୍ୱତନ୍ତ୍ର ପ୍ରୋଜେକ୍ଟ ପାଇଁ ରାଜି ହୋଇଛନ୍ତି ଏବଂ ସେ ଆସନ୍ତା ବର୍ଷ ମାର୍ଚ୍ଚରେ ଏହା ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ଏହି ପ୍ରୋଜେକ୍ଟ ପାଇଁ ହ୍ରିତିକ ମୋଟା ଅଙ୍କର ଅର୍ଥ ମଧ୍ୟ ନେଇଛନ୍ତି।

କୁହାଯାଉଛି ଯେ ଅଭିନେତା ପୁରା ୭୫ କୋଟି ଟଙ୍କା ମାଗିଛନ୍ତି। ବର୍ତ୍ତମାନ ପାଇଁ, ଏହି ଆକଳନଗୁଡିକ କେବଳ କଳ୍ପନାଜଳ୍ପନା କାରଣ ଏହାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ଉଲ୍ଲେଖ ଥାଉ କି, ଦି ନାଇଟ୍ ମ୍ୟାନେଜର୍ ବହୁତ ସଫଳ ଏବଂ ଲୋକପ୍ରିୟ ବ୍ରିଟିଶ୍ ସିରିଜ୍। ହ୍ରିତିକ ଏହାର ହିନ୍ଦୀ ଆଡାପ୍ଟେସନ୍‌ରେ କାମ କରିବାକୁ ଯାଉଛନ୍ତି। ସେ ଭାରତୀୟ ସେନାର ଜଣେ ପୂର୍ବତନ ସୈନିକ ଭୂମିକାରେ ଅଭିନୟ କରିବେ ଯିଏ ଏକ ହୋଟେଲର ମ୍ୟାନେଜର ଭାବରେ ନିଯୁକ୍ତ ହେବେ।

ଏହା ବ୍ୟତୀତ ହ୍ରିତିକ ତାଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର ‘କ୍ରୀସ୍‌ ୪’ ରେ ମଧ୍ୟ କାମ କରିବାକୁ ଯାଉଛନ୍ତି। ଫିଲ୍ମର କାଷ୍ଟ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ, କିନ୍ତୁ କୁହାଯାଉଛି ଯେ ଏଥର ଦୀପିକା ପାଦୁକୋନ ସାଇନ୍ କରିବାକୁ ପ୍ରସ୍ତୁତ ଅଛନ୍ତି।

Leave A Reply

Your email address will not be published.