Latest Odisha News

BREAKING NEWS

ଗରିବ କଲ୍ୟାଣ ରୋଜଗାର ଯୋଜନା: ଓଡିଶା ସମେତ ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ କାମ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବା ଦେବା ପାଇଁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ଲଂଚ କରିଛନ୍ତି ।
ଲକଡାଉନ ଯୋଗୁଁ ଏହି ପ୍ରବାସୀ ଶ୍ରମିକଙ୍କ ସାମ୍ନାରେ ଦୈନଦିନ ଜୀବନ ଜୀବିକାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି । ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକଙ୍କ ପାଇଁ ଶନିବାର ଏହି ଯୋଜନା ଲଂଚ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡିଶା ସମେତ ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ କାମ । ଓଡିଶା, ବିହାର, ଝାଡଖଣ୍ଡ, ଉତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପ୍ରବାସୀ ଶ୍ରମିକ ମାନଙ୍କୁ ୨୫ ପ୍ରକାର କାମ ଯୋଗାଇ ଦିଆଯିବ । ଏଥିପାଇଁ ଏସବୁ ରାଜ୍ୟର ୧୧୬ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି । ଆତ୍ମନିର୍ଭର ଭାରତ ଯୋଜନାରେ ଏହି ଅଭିଯାନ ଆରମ୍ଭ କରାଯାଇଛି ।

ଏହି ଅଭିଯାନ ଅନୁଯାୟୀ ୧୨୫ ଦିନ ପର୍ଯ୍ୟନ୍ତ ଶ୍ରମିକଙ୍କୁ ଅଲଗା ଅଲଗା କାମ ଜରିଆରେ ରୋଜଗାର ଦିଆଯିବ । ଏଥିରେ ଦୈନିକ ପାଉଣା ମନରେଗା ପାଉଣା ହିସାବରେ ଦିଆଯିବ । ଏହି ଯୋଜନା ଅନୁସାରେ ଜଣେ ଶ୍ରମିକଙ୍କୁ ଦୈନିକ ୨୦୨ ଟଙ୍କା ମିଳିବ ।

ଯେଉଁ ଶ୍ରମିକ ସ୍ପେଶାଲ କିମ୍ବା ରାଜ୍ୟ ସରକାର ଦ୍ୱାରା ଅନ୍ୟ ଉପାୟରେ ନିଜ ଗାଁକୁ ଯାଇଛନ୍ତି, ସେମାନଙ୍କ ତାଲିକା ସରକାରଙ୍କ ପାଖରେ ପୂର୍ବରୁ ହିଁ ଅଛି । ସେହି ତାଲିକା ଆଧାରରେ ସେମାନଙ୍କୁ କାମ ଦିଆଯିବ । ରୋଜଗାର ଅଭିଯାନରେ କାମ କରାଇବା ଠାରୁ ଆରମ୍ଭ କରି ଶ୍ରମିକଙ୍କ ଶ୍ରମ ପାଉଣା ପର୍ଯ୍ୟନ୍ତ ସବୁ କାମ ରାଜ୍ୟ ସରକାରଙ୍କ ଅଧିକାରୀ କରିବେ ।

Leave A Reply

Your email address will not be published.