Latest Odisha News

ଖାତାକୁ ଗଲା ସୁଭଦ୍ରା ଟଙ୍କା, ସୁଇଚ ଚିପି ଶୁଭାରମ୍ଭ କଲେ ମୋଦି

ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ସୁଇଚ ଚିପି ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହିତ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଭାବେ ୫ ହଜାର ଟଙ୍କା ଆକାଉଣ୍ଟକୁ ଗଲା ।

ସବୁ ପ୍ରତିକ୍ଷାର ଅନ୍ତ ହୋଇଛି । ଓଡିଶାରେ ଆରମ୍ଭ ହୋଇଛି ବିଜେପି ସରକାରର ସବୁଠୁ ଚର୍ଚ୍ଚିତ ଯୋଜନା ‘ସୁଭଦ୍ରା’ । ଆଜି ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ ୧ କୋଟିରେ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଏଥିରେ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ, ୫ ବର୍ଷରେ ମୋଟ ୫୦ ହଜାର ଟଙ୍କା ପାଇବେ ମହିଳା ହିତାଧିକାରୀ ।

ଏଥିସହିତ କିଛି ମହିଳାଙ୍କୁ ଏହି ଯୋଜନାରେ ୫୦ ହଜାରର ଭାଉଚର ମଧ୍ୟ ନିଜ ହାତରେ ପ୍ରଦାନ କରିଛନ୍ତି ମୋଦି । ଏହା ସହିତ ଆବାସ ଯୋଜନାରେ ଘର ଚାବି ମଧ୍ୟ ପ୍ରଦାନ କରିଛନ୍ତି । ରେଳ ଓ ରାସ୍ତାଭଳି ବିଭିନ୍ନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି ସିଂଦେଓ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ  ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.