ଲଦାଖ ଗଲୱାନ ଘାଟି ସଂଘର୍ଷ ପରେ ଚୀନକୁ ଚେତେଇ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ଭାରତର ସୀମାରେ ଶାନ୍ତି ଚାହେଁ । ଆମକୁ ଉସୁକାଇଲେ ଛାଡିବୁ ନାହିଁ ୨୦ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ଆଜି ଅଚାନକ ଲେହରେ ପହଞ୍ଚି ଯାଇଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ସରପ୍ରାଇଜ ଭିଜିଟ ଅନେକ କଥା ଦର୍ଶାଉଛି । ପ୍ରଥମ କଥା ସୀମା ଟେନସନ୍ ଭିତରେ ଚୀନକୁ ଏହା ଚେତାବନୀ । ମୁହାଁମୁହିଁ ମୁକାବିଲା ପାଇଁ ଭାରତ ବି ପ୍ରସ୍ତୁତ ।
କଣ୍ଟାକୁ କଣ୍ଟାରେ କାଢିବା ଜାଣିଛୁ

ଲେହକୁ ପ୍ରଧାନମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ କେବଳ ଚୀନ ନୁହେଁ ସାରା ବିଶ୍ୱକୁ ଏକ ବାର୍ତ୍ତା ଯାଇଛି । ଲେହରେ ପହଞ୍ଚି ପ୍ରଧାନମନ୍ତ୍ରୀ ମିଛୁଆ ଓ ପ୍ରତାରକ ଚୀନକୁ ଜଣାଇ ଦେଇଛନ୍ତି ଯେ, ଦୁଇ ପାଦ ଆଗକୁ ଆସି ଗୋଟିଏ ପାଦ ପଛକୁ ଘୁଞ୍ଚିଲେ ଚଳିବ ନାହିଁ । ଆମେ କଣ୍ଟାକୁ କଣ୍ଟାରେ କାଢିବାର କଳା ବି ଜାଣିଛୁ । ଗଲୱନ ଏପିସୋଡର ରିଓପନ୍ କଲେ ଚକମା ଦେବ ଭାରତୀୟ ସେନା ।
ଚୀନ୍ ସହ ପାକିସ୍ତାନକୁ ଚେତାବନୀ

ପ୍ରଧାନମନ୍ତ୍ରୀ ଯାଇଥିବା ନିମୁ ବେସ୍ କ୍ୟାମ୍ପ ଭାରତ-ଚୀନ୍ ପାଖରେ ରହିଛି । ଏହାର ପୂର୍ରରେ ଏଲଏସି ଓ ପଶ୍ଚିମରେ ଅଛି ଏଲଓସି । ଏହି ସ୍ଥାନରେ ପହଞ୍ଚି ପ୍ରଧାନମନ୍ତ୍ରୀ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଭଳି ଇସାରା ଫିଙ୍ଗିଛନ୍ତି ଦୁଇ ପଡୋଶୀ ଚୀନ୍ ଓ ପାକିସ୍ତାନ । ସଫା ସଫା ବାର୍ତ୍ତା ଦେଇଛନ୍ତି କୌଣସି ଧମକକୁ ଖାତିର କରେ ନାହିଁ ଭାରତ ।
ସାରା ବିଶ୍ୱକୁ ବାର୍ତ୍ତା

ଚୀନ ସହ ବର୍ତ୍ତମାନ ଭାରତର ସୀମା ବିବାଦ ଚରମ ସ୍ତରରେ ପହଞ୍ଚିଛି । ଚୀନର କେବଳ ଭାରତ ନୁହେଁ ବହୁ ପଡୋଶୀ ରଷ୍ଟ୍ର ସହ ସୀମା ବିବାଦ ଲାଗି ରହିଛି । ଦକ୍ଷିଣ ଚୀନ ସାଗରରେ ଛୋଟ ଛୋଟ ପଡୋଶୀ ରାଷ୍ଟ୍ରକୁ ଧମକାଉଛି ଡ୍ରାଗନ୍ । ପ୍ରଧାନମନ୍ତ୍ରୀ ଲେହରେ ପହଞ୍ଚି ବିଶ୍ୱ ସମୁଦାୟକୁ ବି ଗୋଟିଏ ବାର୍ତ୍ତା ଦେଇଛନ୍ତି । ବିସ୍ତାବବାଦୀ ଚୀନକୁ ଏବେ ଜବାବ ଦେବାର ସମୟ ଆସିଛି । ଭାରତ ଏହାର ମୂଳଦୂଆ ପକାଇଛି ।
ଯବାନଙ୍କ ମନୋବଳ ବୃଦ୍ଧି

ସୀମାରେ ନିଜ ଜୀବନକୁ ବାଜି ଲଗାଇ ଦେଶ ମାତୃକାର ସେବା କରୁଛନ୍ତି ବୀର ଯବାନ । ମୋଦିଙ୍କ ଗସ୍ତ ଫ୍ରଣ୍ଟଲାଇନର ଯୋଦ୍ଧାଙ୍କ ମନୋବଳକୁ ଅଧିକ ମଜଭୁତ କରିବ । ସେନା ଅଧିକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା ସେମାନଙ୍କୁ ଏଲଏସିରେ କାମ କରିବାକୁ ପ୍ରୋତ୍ସାହିତ କରିବ । ସେହିପରି ଗ୍ରାଉଣ୍ଡ ଜିରୋରେ ସୀମା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ୱାରା ସେ ବିସ୍ତୃତ ଭାବରେ ଜାଣି ପାରିଛନ୍ତି ସୀମାରେ କଣ ସବୁ ଚାଲିଛି ।
BREAKING NEWS
- BJP MP Residence Burgled: ଲୁଟି ନେଲେ ବିଜେପି ସାଂସଦଙ୍କ ଘର, ନେଇ ଗଲେ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା
- ଇରାନରେ ଖାମେନେଇଙ୍କ ୩୭ ବର୍ଷର ଶାସନ ଅନ୍ତ ହେବ କି? ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କଲେ…
- UPI ନେଇ ଘାରିଲାଣି ଚିନ୍ତା, ଏବେ ଶେଷ ହେବ କି ଫ୍ରୀ ପେମେଣ୍ଟ ଯୁଗ?
- Road Accident: ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ଗୋଟିଏ ପରିବାରର ୭ ଗୁରୁତର
- Public Grievance: ଜାନୁଆରୀ ୧୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
- Indigo Flight: ବିମାନ ସେବାରେ ବିଭ୍ରାଟ; ‘ଇଣ୍ଡିଗୋ’ ଉପରେ ୨୨ କୋଟି ଟଙ୍କା ଫାଇନ୍
- Weather Update: ପାରଦ ହେବ ଉପରମୁହାଁ, ଆଜିଠାରୁ ରାଜ୍ୟରେ କମିବ ଶୀତ
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
Comments are closed.