ଲଦାଖ ଗଲୱାନ ଘାଟି ସଂଘର୍ଷ ପରେ ଚୀନକୁ ଚେତେଇ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଥିଲେ, ଭାରତର ସୀମାରେ ଶାନ୍ତି ଚାହେଁ । ଆମକୁ ଉସୁକାଇଲେ ଛାଡିବୁ ନାହିଁ ୨୦ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ଆଜି ଅଚାନକ ଲେହରେ ପହଞ୍ଚି ଯାଇଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ସରପ୍ରାଇଜ ଭିଜିଟ ଅନେକ କଥା ଦର୍ଶାଉଛି । ପ୍ରଥମ କଥା ସୀମା ଟେନସନ୍ ଭିତରେ ଚୀନକୁ ଏହା ଚେତାବନୀ । ମୁହାଁମୁହିଁ ମୁକାବିଲା ପାଇଁ ଭାରତ ବି ପ୍ରସ୍ତୁତ ।
କଣ୍ଟାକୁ କଣ୍ଟାରେ କାଢିବା ଜାଣିଛୁ

ଲେହକୁ ପ୍ରଧାନମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ କେବଳ ଚୀନ ନୁହେଁ ସାରା ବିଶ୍ୱକୁ ଏକ ବାର୍ତ୍ତା ଯାଇଛି । ଲେହରେ ପହଞ୍ଚି ପ୍ରଧାନମନ୍ତ୍ରୀ ମିଛୁଆ ଓ ପ୍ରତାରକ ଚୀନକୁ ଜଣାଇ ଦେଇଛନ୍ତି ଯେ, ଦୁଇ ପାଦ ଆଗକୁ ଆସି ଗୋଟିଏ ପାଦ ପଛକୁ ଘୁଞ୍ଚିଲେ ଚଳିବ ନାହିଁ । ଆମେ କଣ୍ଟାକୁ କଣ୍ଟାରେ କାଢିବାର କଳା ବି ଜାଣିଛୁ । ଗଲୱନ ଏପିସୋଡର ରିଓପନ୍ କଲେ ଚକମା ଦେବ ଭାରତୀୟ ସେନା ।
ଚୀନ୍ ସହ ପାକିସ୍ତାନକୁ ଚେତାବନୀ

ପ୍ରଧାନମନ୍ତ୍ରୀ ଯାଇଥିବା ନିମୁ ବେସ୍ କ୍ୟାମ୍ପ ଭାରତ-ଚୀନ୍ ପାଖରେ ରହିଛି । ଏହାର ପୂର୍ରରେ ଏଲଏସି ଓ ପଶ୍ଚିମରେ ଅଛି ଏଲଓସି । ଏହି ସ୍ଥାନରେ ପହଞ୍ଚି ପ୍ରଧାନମନ୍ତ୍ରୀ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଭଳି ଇସାରା ଫିଙ୍ଗିଛନ୍ତି ଦୁଇ ପଡୋଶୀ ଚୀନ୍ ଓ ପାକିସ୍ତାନ । ସଫା ସଫା ବାର୍ତ୍ତା ଦେଇଛନ୍ତି କୌଣସି ଧମକକୁ ଖାତିର କରେ ନାହିଁ ଭାରତ ।
ସାରା ବିଶ୍ୱକୁ ବାର୍ତ୍ତା

ଚୀନ ସହ ବର୍ତ୍ତମାନ ଭାରତର ସୀମା ବିବାଦ ଚରମ ସ୍ତରରେ ପହଞ୍ଚିଛି । ଚୀନର କେବଳ ଭାରତ ନୁହେଁ ବହୁ ପଡୋଶୀ ରଷ୍ଟ୍ର ସହ ସୀମା ବିବାଦ ଲାଗି ରହିଛି । ଦକ୍ଷିଣ ଚୀନ ସାଗରରେ ଛୋଟ ଛୋଟ ପଡୋଶୀ ରାଷ୍ଟ୍ରକୁ ଧମକାଉଛି ଡ୍ରାଗନ୍ । ପ୍ରଧାନମନ୍ତ୍ରୀ ଲେହରେ ପହଞ୍ଚି ବିଶ୍ୱ ସମୁଦାୟକୁ ବି ଗୋଟିଏ ବାର୍ତ୍ତା ଦେଇଛନ୍ତି । ବିସ୍ତାବବାଦୀ ଚୀନକୁ ଏବେ ଜବାବ ଦେବାର ସମୟ ଆସିଛି । ଭାରତ ଏହାର ମୂଳଦୂଆ ପକାଇଛି ।
ଯବାନଙ୍କ ମନୋବଳ ବୃଦ୍ଧି

ସୀମାରେ ନିଜ ଜୀବନକୁ ବାଜି ଲଗାଇ ଦେଶ ମାତୃକାର ସେବା କରୁଛନ୍ତି ବୀର ଯବାନ । ମୋଦିଙ୍କ ଗସ୍ତ ଫ୍ରଣ୍ଟଲାଇନର ଯୋଦ୍ଧାଙ୍କ ମନୋବଳକୁ ଅଧିକ ମଜଭୁତ କରିବ । ସେନା ଅଧିକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା ସେମାନଙ୍କୁ ଏଲଏସିରେ କାମ କରିବାକୁ ପ୍ରୋତ୍ସାହିତ କରିବ । ସେହିପରି ଗ୍ରାଉଣ୍ଡ ଜିରୋରେ ସୀମା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ୱାରା ସେ ବିସ୍ତୃତ ଭାବରେ ଜାଣି ପାରିଛନ୍ତି ସୀମାରେ କଣ ସବୁ ଚାଲିଛି ।
BREAKING NEWS
- ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’
- ବାବ୍ରୀ ଶୈଳୀରେ ମସଜିଦ ନିର୍ମାଣ ନେଇ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ
- ପାକିସ୍ତାନ କ୍ରିକେଟର ଇମାଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ
- ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟିନେଲେ
- ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଈଶାନ କିଶାନ
- ଚିକିଟି ପିଇଓ ବିଷ ପିଇବା ମାମଲା; ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
- ଓଡିଶାବାସୀଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ଚିତା ବାଘ
- Maoists Surrender: ଅସ୍ତ୍ରଶସ୍ତ୍ର ସହ ୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ତାରିକ ରହମାନ, ସାମିଲ ହେଲେ ଭାରତର…
- ହୋଲି ଅବସରରେ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍
Comments are closed.