Latest Odisha News

BREAKING NEWS

ଆଇସିସି ସଭାପତି ଦୌଡରେ ଗାଙ୍ଗୁଲି !

ନୂଆଦିଲ୍ଲୀ: ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ପରେ ଏହି ପଦରେ କିଏ ବସିବ ସେ ନେଇ ଆଲୋଚନା ଜୋର ଧରିଛି । ଭାରତର ସୌରଭ ଗାଙ୍ଗୁଲି ଏହି ଦୌଡରେ ଆଗରେ ରହିଛନ୍ତି । ଇଂଲଣ୍ଡ ବୋର୍ଡର ପୂର୍ବତନ ଅଧ୍ୟକ୍ଷ କଲିନ ଗ୍ରାଭେସ ଓ ଗାଙ୍ଗୁଲି ଉଭୟ ଏବେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି । ସୌରଭଙ୍କ ପାଇଁ ଲୋଧା କମିଟିର ନିୟମ ଏବେ ଅଡୁଆ ହୋଇ ଛିଡ଼ା ହୋଇଛି । ଏବେ ତାଙ୍କ ଭାଗ୍ୟ ସୁପ୍ରିମକୋର୍ଟ ହିଁ ନର୍ଦ୍ଧାରଣ କରିବେ।

କୋର୍ଟ ଯଦି ବିସିସିଆଇ ନୂଆ ସମ୍ବିଧାନରେ କିଛି ସଂସ୍କାର ଆଣନ୍ତି ତେବେ ଗାଙ୍ଗୁଲି ବିସିସିଆଇ ସଭାପତି କାର‌୍ୟ୍ୟକାଳ ସଂପୂର୍ଣ୍ଣ କରି ପାରିବେ ଏବଂ ଯଦି ସେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆଗ୍ରହୀ ହୁଅନ୍ତି ତେବେ ତାହା ମଧ୍ୟ ସହଜ ହୋଇ ପାରିବ । ନୂଆ ସମ୍ବିଧାନ ଅନୁସାରେ ଉଭୟ ରାଜ୍ୟ ଓ ଜାତୀୟ ସଂଘର କାର‌୍ୟ୍ୟକାଳ ୬ବର୍ଷ ପରେ ୩ ବର୍ଷ କୁଲିଂ ପିରିୟଡ୍ ଆରମ୍ଭ ହେବ । ଆସନ୍ତା ୧୪ ତାରିଖରେ ଆଇସିସିର ବୋର୍ଡ ବୈଠକ ବସିବ । ଏହି ବୈଠକରେ ଅଧ୍ୟଧ ନିର୍ବାଚନ କେବେ ହେବ ତାହା ସ୍ଥିର ହେବ ।

Leave A Reply

Your email address will not be published.