Latest Odisha News

BREAKING NEWS

PM Modi Malaysia Visit: ଖୁବଶୀଘ୍ର ମାଲେସିଆରେ ଲଞ୍ଚ ହେବ ୟୁପିଆଇ: ମୋଦି

ନୂଆଦିଲ୍ଲୀ: ଶନିବାରଠାରୁ ୨ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ଭାରତ ଏବଂ ମାଲେସିଆ ମଧ୍ୟରେ ସମ୍ପର୍କକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଗସ୍ତ ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଭାରତ ଏବେ ପ୍ରତିରକ୍ଷା, ସୁରକ୍ଷା, ଅର୍ଥନୀତି ଏବଂ ନବସୃଜନ ଭଳି ପ୍ରମୁଖ କ୍ଷେତ୍ରରେ ମାଲେସିଆ ସହିତ ସହଯୋଗକୁ ଆହୁରି ମଜଭୁତ କରିବାକୁ ଚାହୁଁଛି।

ଏହି ଗସ୍ତରେ ମାଲେସିଆର ସ୍ୱାଗତକୁ ଭାରତ ମନେ ରଖିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର କୁଆଲାଲମ୍ପୁରରେ ପହଁଚିବା ପରେ ମାଲେସିଆ ସରକାରଙ୍କ ପକ୍ଷରୁ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଖୋଦ ମାଲେସିୟା ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ମୋଦି ଭାରତୀୟଙ୍କୁ ସମ୍ବୋଧନ କରି କହିଛନ୍ତି ଗତ ବର୍ଷ ଆୟୋଜିତ ଏସିଆନ୍ ସମ୍ମିଳନୀରେ ଯୋଗା ଦେବାକୁ ଆସି ପାରିନଥିଲି। କିନ୍ତୁ ମୋର ବନ୍ଧୁଙ୍କୁ କଥା ଦେଇଥିଲି ଯେ ଖୁବ ଶୀଘ୍ର ମାଲେସିଆ ଆସିବି। ୨୦୨୬ରେ ଏହା ପ୍ରଥମ ବିଦେଶ ଗସ୍ତ ବୋଲି ମୋଦି କହିଛନ୍ତି।

ଅନ୍ୟପଟେ ମୋଦିଙ୍କ ଏହି ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଭାରତର ସଫଳତାରେ ମାଲେସିଆର ସଫଳତା ରହିଛି। ଏହା ଏସିଆର ମଧ୍ୟ ସଫଳତା। ଦୁଇ ଦେଶର ସମ୍ପର୍କକୁ ମାର୍ଗଦର୍ଶନ କରିବାର ଶବ୍ଦ ହେଉଛି ଇମ୍ପାକ୍ଟ (IMPACT), ଯାହାର ଅର୍ଥ ଇଣ୍ଡିଆ ମାଲେସିଆ ପାର୍ଟନରସିପ୍ ଫର୍ ଏଡ଼ଭାନ୍ସିଂ କଲେକ୍ଟିଭ୍ ଟ୍ରାନ୍ସଫର୍ମେସନ୍। ମେଦି କହିଛନ୍ତି, ଲୋକଙ୍କ ସହିତ ଲୋକଙ୍କ ସମ୍ପର୍କ ଦୁଇ ଦେଶର ସମ୍ପର୍କର ସ୍ତମ୍ଭ ଅଟେ। ଆମେ ଦୁଇ ଦେଶର ପରସ୍ପର ସହଯୋଗୀ। ଖୁବ ଶୀଘ୍ର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରପେସ୍ ବା ୟୁପିଆଇ ଜାରି ହେବ ବୋଲି ମୋଦୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.