Latest Odisha News

BREAKING NEWS

୮ରେ ଶପଥ ନେବେ ମୋଦି !

ନୂଆଦିଲ୍ଲୀ: ତୃତୀୟଥର ପାଇଁ ଜୁନ୍‌ ୮ରେ ଶପଥ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ମୋଦି ୮ରେ ଶପଥ ନେବେ  । ୮ ତାରିଖ ସନ୍ଧ୍ୟାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ ।

ଲୋକସଭା ନିର୍ବାଚନରେ ବିଜେପି ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍‌ଡିଏ ବହୁମତ ପାଇଛି । ପ୍ରଧାନମନ୍ତ୍ରୀ ମୋଦି ଏନ୍‌ଡିଏ ୪୦୦ ପାର୍‌ କରିବ ବୋଲି ନାରା ଦେଇଥିଲେ। କିନ୍ତୁ ଏଥିରେ ବିଫଳ ହୋଇଛି ବିଜେପି ।

ସେହିଭଳି ବିଜେପି ମଧ୍ୟ ଅତିକ୍ରମ ୩୭୦ ଆସନ ହାସଲ କରିବ ବୋଲି ଟାର୍ଗେଟ ରଖିଥିଲା । କିନ୍ତୁ ୩୭୦ ମିଳିବା ତ ଦୂରର କଥା ବହୁମତ (୨୭୨)ଠାରୁ ବହୁ ଦୂରରେ ରହିଛି ବିଜେପି ।ଏପଟେ ଓଡ଼ିଶାରେ ବିଜେପି ସରକାର ଗଢିବାକୁ ବାଟ ଫିଟିଛି  ।

କୁନ୍ ୧୦ରେ ଓଡିଶାରେ ସରକାର ଶପଥ ଗ୍ରହଣ କରିବେ । ସେପଟେ କେନ୍ଦ୍ରରେ କେବେ ହେବ ଶପଥ ଗ୍ରହଣ ସେନେଇ ଚର୍ଚ୍ଚା ଆଲୋଚନା ଜାରିରହିଥିବା ବେଳେ ବର୍ତମାନ ମୋଦି  ୮ରେ ଶପଥ ନେଇ ପାରନ୍ତି ବୋଳି  ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।

Leave A Reply

Your email address will not be published.