Latest Odisha News

BREAKING NEWS

ରୁଷରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ଗୁରୁତ୍ୱପୂର୍ଣ୍ଣ ରାଜିନାମା ଓ ବୁଝାମଣା ହେଲା ସ୍ୱାକ୍ଷର

ମସ୍କୋ: ରୁଷିଆର ଭ୍ଲାଡ଼ିଭୋଷ୍ଟକଠାରେ ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ଏବଂ ବୁଝାମଣା ସ୍ୱାକ୍ଷରିତ ହୋଇଛି ।

ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ରାଜିନାମାର ତାଲିକା:

୧. “ଆପୋସ ବିଶ୍ୱାସ ଓ ଭାଗିଦାରୀ ଜରିଆରେ ସହଯୋଗର ନୂତନ ଉଚ୍ଚତାରେ ପହଁଚିବା” ଲାଗି ମିଳିତ ବକ୍ତବ୍ୟ ।
୨. ଭାରତ-ରୁଷ ବ୍ୟବସାୟ ଓ ନିବେଶ ବୃଦ୍ଧି ଲାଗି ଯୁଗ୍ମ ରଣନୀତି ।
୩. ଭାରତୀୟ ଗଣତନ୍ତ୍ର ଓ ରୁଷ ସଂଘର ସରକାରଙ୍କ ମଧ୍ୟରେ ରୁଷୀୟ/ସୋଭିଏତ ସେନା ଉପକରଣ ଲାଗି ସରଞ୍ଜାମ ଉପôାଦନ କରିବା ସଂକ୍ରାନ୍ତ ବୁଝାମଣା ।
୪. ଭାରତୀୟ ଗଣତନ୍ତ୍ର ଓ ରୁଷ ସଂଘର ସରକାରଙ୍କ ମଧ୍ୟରେ ଅଡିଓ/ଭିଜୁଆଲ ସହ-ଉପôାଦନ କାର୍ଯ୍ୟରେ ସହଯୋଗ ଲାଗି ରାଜିନାମା ।
୫. ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ସଡ଼କ ପରିବହନ ଓ ସଡ଼କ ଉଦ୍ୟୋଗରେ ଦ୍ୱିପାକ୍ଷିକ ସହଯୋଗ ଲାଗି ବୁଝାମଣା ।
୬. ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ ଚେନ୍ନାଇ ବନ୍ଦର ଏବଂ ଭ୍ଲାଡିଭୋଷ୍ଟକ ବନ୍ଦର ମଧ୍ୟରେ ସାମୁଦ୍ରିକ ଯୋଗାଯୋଗ ବିକାଶ କ୍ଷେତ୍ରରେ ବୁଝାମଣା ।
୭. ସୀମା ଶୁଳ୍କ ଉଲ୍ଲଙ୍ଘନ ମାମଲାର ମୁକାବିଲା କ୍ଷେତ୍ରରେ ସହଯୋଗ ଲାଗି ଭାରତର ଅର୍ଥ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ତଥା ରୁଷ ସଂଘର ଫେଡେରାଲ କଷ୍ଟମ ସର୍ଭିସ ମଧ୍ୟରେ ସହଯୋଗ ଯୋଜନା ।
୮. ପରିବହନ ଲାଗି ପ୍ରାକୃତିକ ବାଷ୍ପର ଉପଯୋଗ ଲାଗି ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ।
୯. ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ବୃଦ୍ଧି ବିଷୟରେ ଯୋଜନା ପ୍ରସ୍ତୁତ କରିବା ।
୧୦. ରୁଷର ସୁଦୂର ପୂର୍ବ କ୍ଷେତ୍ରରେ କୋକିଂ କୋଇଲା ଖନନ ପ୍ରକଳ୍ପକୁ ଲାଗୁ କରିବା ଲାଗି କୋଲ ଇଣ୍ଡିଆ ଲିଃ ଏବଂ ସୁଦୂର ପୂର୍ବ ନିବେଶ ତଥା ରପ୍ତାନି ଏଜେନ୍ସି ମଧ୍ୟରେ ବୁଝାମଣା ।
୧୧. ନିବେଶ ସହଯୋଗ ଲାଗି ଇନଭେଷ୍ଟ ଇଣ୍ଡିଆ ଓ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି ମଧ୍ୟରେ ସହଯୋଗ ବୁଝାମଣା ।
୧୨. ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ (ଫିକି) ଓ ରସକଂଗ୍ରେସ ଫାଉଣ୍ଡେସନ ମଧ୍ୟରେ ସହଯୋଗ ବୁଝାମଣା ।
୧୩. ନୂତନ ପ୍ରକଳ୍ପକୁ ପ୍ରୋତ୍ସାହନ ଉଦେ୍ଧଶ୍ୟରେ ରଣନୈତିକ ପ୍ରୟାସ ଲାଗି ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ ଏବଂ ସ୍ୱୟଂଶାସିତ ଅଣଲାଭକାରୀ ସଂଗଠନ ମଧ୍ୟରେ ସହଯୋଗ ବୁଝାମଣା ।
୧୪. ଏଲଏନଜି ବିଶୋଧନ ଏବଂ ବିପଣନ ତଥା ଏଲଏନଜି ଯୋଗାଣର ମିଳିତ ବିକାଶ ସଂକ୍ରାନ୍ତରେ ସହଯୋଗ ଲାଗି ଯୁଗ୍ମ ଷ୍ଟକ କମ୍ପାନୀ ନୋଭାଟେକ ଓ ପେଟ୍ରୋନେଟ ଏଲଏନଜି ଲିମିଟେଡ ମଧ୍ୟରେ ବୁଝାମଣା ।
୧୫. ଯୁଗ୍ମ ଷ୍ଟକ କମ୍ପାନୀ ରସଜିଓଲୋଜିଆ ଓ ସ୍ରେଇ ଇନଫ୍ରାଷ୍ଟ୍ରକଚର ମଧ୍ୟରେ ସହଯୋଗ ବୁଝାମଣା ।

Leave A Reply

Your email address will not be published.