Latest Odisha News

BREAKING NEWS

ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ, ଅନେକ ପ୍ରମୁଖ ବ୍ୟକ୍ତିଙ୍କ ସହ ମୋଦୀଙ୍କ ସାକ୍ଷାତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମଙ୍ଗଳବାର ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ନ୍ୟୁୟର୍କ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ମୋଦୀଙ୍କ ୪ ଦିନିଆ ଐତିହାସିକ ଆମେରିକା ଗସ୍ତ। ଆଜି ଅର୍ଥାତ୍ ବୁଧବାର ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେ‌ବେ ମୋଦୀ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆମେରିକାକୁ ମୋଦୀଙ୍କର ଏହା ପ୍ରଥମ ସରକାରୀ ଗସ୍ତ।

ନ୍ୟୁୟର୍କରେ ପିଏମ ମୋଦୀଙ୍କୁ ଭାରତୀୟ ସମ୍ପ୍ରଦାୟର ଲୋକମାନେ ସ୍ୱାଗତ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନ୍ୟୁୟର୍କରେ ଲେଖକ ରବର୍ଟ ଥରୁମାନଙ୍କ ସମେତ ଅନେକ ସେଲିବ୍ରିଟିଙ୍କୁ ଭେଟି ଏକ ବୈଠକ କରିଥିଲେ। ଏହି ବୈଠକ ପରେ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତର ପ୍ରଶଂସା କରିଥିଲେ।

୪ ଦିନିଆ ଆମେରିକା ଗସ୍ତ ସମୟରେ ପିଏମ ମୋଦୀ ବୁଧବାର ଟେସଲା ସିଇଓ ଏଲୋନ ମସ୍କଙ୍କୁ ଭେଟିଛନ୍ତି। ଏଲୋନ୍ ମସ୍କଙ୍କୁ ଭେଟିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଖ୍ୟାତ ପ୍ରଫେସର ନସିମ ତାଲେବ ଏବଂ ପ୍ରଫେସର ରବର୍ଟ ଥରୁମାନଙ୍କୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଟେସଲା ସିଇଓ ଏଲୋନ୍ ମସ୍କ ଏହାକୁ ଏକ ଚମତ୍କାର ସଭା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ପିଏମ ମୋଦୀଙ୍କ ସହ ମୋର ବାର୍ତ୍ତାଳାପ ବହୁତ ଭଲ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଆସନ୍ତା ବର୍ଷ ଭାରତ ଆସିବାକୁ ଚିନ୍ତା କରୁଛନ୍ତି। ଏଲୋନ୍ ମସ୍କ ଆହୁରି କହିଛନ୍ତି ଯେ ମୁଁ ପିଏମ ମୋଦୀଙ୍କର ଜଣେ ପ୍ରଶଂସକ।

ସେହିପରି ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବା ପୂର୍ବରୁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ସାକ୍ଷାତ୍‌କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ବରେ ଭାରତ ତା’ର ଉପଯୁକ୍ତ ସ୍ଥାନ ପାଇବା ଦିଗରେ ଉଦ୍ୟମ କରୁଛି। ଭାରତ ଅନ୍ୟ କୌଣସି ଦେଶର ସ୍ଥାନ ନେଉନାହିଁ। ଭାରତ କେବଳ ତା’ର ଉପଯୁକ୍ତ ସ୍ଥାନ ଓ ମର୍ଯ୍ୟାଦା ପାଇବା ଦିଗରେ ଗତି କରୁଛି। ବିଶ୍ବ ଫୋରମ୍‌ରେ ଭାରତ ଏକ ଉଚ୍ଚତର, ଗଭୀରତର ଓ ପ୍ରଶସ୍ତତର ପ୍ରୋଫାଇଲ ପାଇବାକୁ ହକ୍‌ଦାର। ନ୍ୟୁୟର୍କରେ ମୋଦୀ ନୋବେଲ୍‌ ବିଜେତା, ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକ, ସ୍କଲାର, ଉଦ୍ୟୋଗୀ, ଶିକ୍ଷାବିତ୍‌ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ମୋଟ୍‌ ୨୪ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭେଟିଛନ୍ତି।

Leave A Reply

Your email address will not be published.