Latest Odisha News

BREAKING NEWS

କାର୍ଯ୍ୟ ଆରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ ଓ ଏସ୍. ଜୟଶଙ୍କର, କହିଲେ ଏପରି କିଛି…

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟ୍ ୩.୦ରେ ବିଭାଗ ମିଳିବା ପରେ ବର୍ତ୍ତମାନ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଦାୟିତ୍ବ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବୈଦେଶିକ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିବାବେଳେ, ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହିପରି ଭାବେ ଅନ୍ୟ ବିଭାଗର ମନ୍ତ୍ରୀ ମାନେ ମଧ୍ୟ ନିଜ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଦେଶବାବାସୀ ପୁଣିଥରେ ଭରସା କରିଛନ୍ତି ଏବଂ ଆଶୀର୍ବାଦ ଦେଇଛନ୍ତି । ଆଗାମୀ ବର୍ଷ ଗୁଡିକରେ ରେଳ ବିଭାଗ ଏକ ବଡ଼ ଭୂମିକା ଗ୍ରହଣ କରିବ । ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳ ବିଭାଗକୁ ଅନେକ ଆଗକୁ ନେଇଛନ୍ତି । ଏହି ପ୍ରକ୍ରିୟା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି’ ।

ସେହିପରି କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ନିଜ ମନ୍ତ୍ରାଳୟରେ ପହଞ୍ଚି ଦାୟିତ୍ୱ ନେଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ୱ ଦ୍ୱିତୀୟ ଥର ପାଇଁ ଗ୍ରହଣ କରିଛନ୍ତି ଜୟଶଙ୍କର । ଦାୟିତ୍ୱ ଗ୍ରହଣ କରିବା ପରେ ଜୟଶଙ୍କର କହିଛନ୍ତି, ତୃତୀୟ ଥର ପାଇଁ ଭାରତର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିନିଧିତ୍ୱରେ ଭାରତର ବୈଦେଶିକ ନୀତି ଅନେକ ଆଗକୁ ଯାଇଛି । ଆଗକୁ ଭାରତର ବୈଦେଶିକ ନୀତି ଆହୁରି ସଫଳ ହେବ ବୋଲି ଆଶା ରଖିଥିବା କହିଛନ୍ତି ଜୟଶଙ୍କର ।

ପାକିସ୍ତାନ ଏବଂ ଚୀନ୍ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଏହି ଦୁଇ ଦେଶମାନଙ୍କ ସହ ସମ୍ପର୍କ ଅଲଗା ଏବଂ ସେଠାରେ ଥିବା ସମସ୍ୟା ମଧ୍ୟ ଭିନ୍ନ ଅଟେ । ଚୀନ୍ କ୍ଷେତ୍ରରେ, ଆମର ଧ୍ୟାନ ସୀମା ସମସ୍ୟାର ସମାଧାନ ଖୋଜିବା ଉପରେ ରହିବ ଏବଂ ପାକିସ୍ତାନ ସହ ଆମେ ସୀମା ଆତଙ୍କବାଦର ପୁରୁଣା ସମସ୍ୟାର ସମାଧାନ ଖୋଜିବାକୁ ଚାହିଁବୁ ।

ଅନ୍ୟପଟେ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ର ରାଜ୍ୟ ମନ୍ତ୍ରୀ ସୁରେଶ ଗୋପୀ ଦାୟିତ୍ତ୍ବ ଗ୍ରହଣ କରିବା ପରେ କହିଛନ୍ତି, ‘ଏହା ଏକ ବଡ଼ ଦାୟିତ୍ୱ । ତେଣୁ ପ୍ରଧାନମନ୍ତ୍ରୀ ଯେଉଁ ସମ୍ଭାବନାକୁ ଅପେକ୍ଷା କରିଛନ୍ତି ତାହା ମୋତେ ଦେଖିବାକୁ ପଡ଼ିବ । ଭାରତରେ ଉଦୀୟମାନ ପେଟ୍ରୋଲିୟମ ପ୍ରଣାଳୀର ପରବର୍ତ୍ତୀ ସ୍ତରରେ ସମସ୍ତ ବିଷୟବସ୍ତୁ ଦେଖିବା ପରେ, ବୋଧହୁଏ ମୁଁ ଯୋଗଦାନ ଦେବାରେ ସମର୍ଥ ହେବି । ମୋତେ ଏହି ସୁଯୋଗ ଦେଇଥିବାରୁ କେରଳ ଏବଂ ଥ୍ରୀସୁରବାସୀଙ୍କୁ ଧନ୍ୟବାଦ ଜଣାଉଛି’ ।

Leave A Reply

Your email address will not be published.