Latest Odisha News

BREAKING NEWS

କଳା ଦିନ: ବୀର ପୁତ୍ର ବିପିନଙ୍କ ନିଧନରେ ସାରା ଭାରତ ମର୍ମାହତ

ଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ କୁନ୍ନୁରରେ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଦୁର୍ଘଟଣାରେ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ଏବଂ ସେହି ହେଲିକପ୍ଟରରେ ଥିବା ୧୧ ଜଣ ସେନା ଅଧିକାରଙ୍କ ମୃତ୍ୟୁ ହୋଇଥିଲା । ଭାରତର ପ୍ରଥମ ସିଡିଏସ ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି କି ‘ତାମିଲନାଡୁରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣାରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ପ୍ରତିରକ୍ଷା କର୍ମଚାରୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି | ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି’ ।

ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ । ବିପିନ ରାୱତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜେନେରାଲ ରାୱତ ଥିଲେ ଅଦ୍ୱିତୀୟ ଯୋଦ୍ଧା । ଆମେ ଜଣେ ସଚ୍ଚା ଦେଶ ଭକ୍ତଙ୍କୁ ହରାଇଲୁ । ଦେଶ ବିପିନଙ୍କ ଯୋଗଦାନକୁ କେବେ ଭୁଲିବ ନାହିଁ । ସେନାର ଆଧୁନିକରଣରେ ବିପିନଙ୍କ ଭୂମିକା ଅତୁଳନୀୟ ।

ଭାରତର ବୀର ପୁଅ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଶୋକରେ ବୁଡିଛି ପୂରା ଦେଶ । ଜଣେ ବୀର ପୁଅର ଆକସ୍ମିକ ମୃତ୍ୟୁ ସେନା ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରି କହିଛନ୍ତି ଏହା ଦେଶ ପାଇଁ ଏକ ଦୁଃଖଦ ଦିନ । ବିପିନଙ୍କ ସାହସିକତା ମନେ ରଖିବ ସାରା ଦେଶ ।

Leave A Reply

Your email address will not be published.