Latest Odisha News

BREAKING NEWS

[ଭିଡ଼ିଓ ]ବିଦାୟ ବୀର ବିପିନ୍

ଦିଲ୍ଲୀ: ମଝି ଆକାଶରେ ଜଳିଗଲା ହେଲିକପ୍ଟର । ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତାମିଲନାଡୁର କନ୍ନୁର ଅଞ୍ଚଳରେ ବାୟୁସେନାର ଏମଆଇ-ସେଭେନଟିନ୍-ଭି-ଫାଇବ୍ ହେଲିକପ୍ଟର ହଠାତ୍ ଆକାଶରୁ ଖସିପଡିଲା । ଏକ ଗଛରେ ପିଟି ହୋଇ ନିଆଁ ପିଣ୍ଡୁଳାରେ ବିସ୍ଫୋରଣ ହୋଇଗଲା ହେଲିକପ୍ଟର ।

ଆଉ ହେଲିକପ୍ଟରରେ ଥିବା ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତ ପ୍ରାଣ ହରାଇଛନ୍ତି । ଭାରତୀୟ ବାୟୁସେନା ଏକ ଟୁଇଟ୍ କରି କହିଛି, ଏହି ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଜେନେରାଲ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ୧୩ ଜଣ ପ୍ରାଣ ହରାଇଛନ୍ତି ।
ତାମିଲନାଡୁର କୁନ୍ନୁର ଅଞ୍ଚଳରେ ହଠାତ୍ ଆକାଶରୁ ଖସିପଡ଼ିଲା ଭାରତୀୟ ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର ଏମଆଇ ସେଭେଣ୍ଟିନ୍-ଭି-ଫାଇଭ୍ ।

ଜଙ୍ଗଲର ନିଆଁ ଭଳି ମାତ୍ର କେଇ ମିନିଟ୍ ଭିତରେ ଏହି ଦୁର୍ଘଟଣାର ଖବର ସାରା ଦେଶରେ ବ୍ୟାପିଗଲା । ଭାରତୀୟ ବାୟୁସେନା ଟୁଇଟ୍ କରି ଜଣାଇଲା ଯେ, ହେଲିକପ୍ଟରରେ ଥିଲେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକା । ତାଙ୍କ ସହ ଅନ୍ୟ କିଛି ସେନାର ଉଚ୍ଚ ଅଧିକାରୀ ବି ଏହି ହେଲିକପ୍ଟରରେ ଯାଉଥିଲେ ।

ଭାରତର ବୀର ପୁଅ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଶୋକରେ ବୁଡିଛି ପୂରା ଦେଶ । ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଥିଲେ ବିପିନ୍। ୧୯୭୮ରେ ସେ ସେନାରେ ଯୋଗ ଦେଇଥିଲେ । ପ୍ରସିଦ୍ଧ ୧୧ ଗୋର୍ଖା ରାଇଫଲରୁ ଆରମ୍ଭ କରିଥିଲେ କ୍ୟାରୟର।

ଉଗ୍ରବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ବେଶ୍ ସଫଳତା ପାଇଥିଲେ ବିପିନ । ତାଙ୍କର ଚତୁର ରଣନୀତି ପାଇଁ ଶତ୍ରୁଙ୍କୁ ପ୍ରତିଥର ମାତ୍ ଦେଉଥିଲେ ବିପିନ୍ା ସେହି ବୀରପୁତ୍ର ବିପିନ୍ ରାୱତଙ୍କ ମୃତ୍ୟୁ ଯେମିତି ଆଜି ସାରା ଦେଶକୁ ସ୍ତବ୍ଧ କରିଦେଇଛି ।

Leave A Reply

Your email address will not be published.