Latest Odisha News

BREAKING NEWS

ଜନ୍ମଦିନ ପାଳନ କରିବେନି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ତାମିଲନାଡୁର କନ୍ନୁର ନିକଟରେ ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ୭୫ତମ ଜନ୍ମଦିନ (ଡିସେମ୍ବର ୯) ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସମସ୍ତ ପ୍ରକାର ଉତ୍ସବଠାରୁ ଏଡାଇବାକୁ ସେ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି ।

ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଛନ୍ତି । ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମତେ ୧୧ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଏବେ ଭାରତରେ ଶୋକର ବାତାବରଣ ଖେଳାଇ ଦେଇଛି ।

Leave A Reply

Your email address will not be published.