Latest Odisha News

BREAKING NEWS

ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ଗଣତନ୍ତ୍ର ଦିବସ ଭଳି ପରେଡ୍…

ନୂଆଦିଲ୍ଲୀ: ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେଭାଡିଆରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଅକ୍ଟୋବର ୩୧ ତାରିଖ ଅର୍ଥାତ୍ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବରେ ପାଳନ କରାଯାଉଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ନର୍ମଦା ଜିଲ୍ଲାର ଏକତା ନଗର ନିକଟରେ ଥିବା ୧୮୨ ମିଟର ଉଚ୍ଚ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିଥିଲେ। ଏଥିସହିତ ପୁଷ୍ପ ଅର୍ପଣ କରି ଭାରତର ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଚଳିତ ବର୍ଷର ଜାତୀୟ ଏକତା ଦିବସ ପାଳନରେ ଏକ ସାଂସ୍କୃତିକ ଉତ୍ସବ ଏବଂ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଜାତୀୟ ଏକତା ଦିବସ ପରେଡ୍ ମଧ୍ୟ ଅନ୍ତର୍ଭୁକ୍ତ।

ଏହି ପରେଡରେ ବିଏସଏଫ ଏବଂ ସିଆରପିଏଫ ଭଳି ଅର୍ଦ୍ଧସାମରିକ ବାହିନୀ ଦଳ ଏବଂ ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ସାମିଲ ଅଛନ୍ତି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଆହୁରି ସ୍ୱତନ୍ତ୍ର ହେବ। କାରଣ ଗଣତନ୍ତ୍ର ଦିବସ ପରେଡ୍ ପରି ସମାନ ଢଙ୍ଗରେ ଏକତା ଦିବସ ପରେଡ୍ ଅନୁଷ୍ଠିତ ହେଉଛି।

 

Comments are closed.