Latest Odisha News

BREAKING NEWS

ଆଜି ରାଜୀବ ଗାନ୍ଧୀଙ୍କ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୫ତମ ଜୟନ୍ତୀ । ଏହି ଅବସରରେ ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ।

ରାଜୀବଙ୍କ ସମାଧିସ୍ଥଳ ବୀରଭୂମିରେ ରାହୁଲ, ପ୍ରିୟଙ୍କା ଓ କଂଗ୍ରେସ ଅଧ୍ୟକ୍ଷା ତଥା ଧର୍ମପତ୍ନୀ ସୋନିଆ ଗାନ୍ଧୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ବହୁ କଂଗ୍ରେସ କର୍ମୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁୁ ମନେ ପକାଇ ଟ୍ୱିଟ୍ କରିଛନ୍ତି ମୋଦୀ ।

ସୂଚନାଯୋଗ୍ୟ, ୧୯୪୪ ମସିହା ଅଗଷ୍ଟ ୨୦ରେ ଜନ୍ମଗ୍ରହଣ କରିଥିଲେ ରାଜୀବ ଗାନ୍ଧୀ । ଯିଏକି ଖୁବ୍ କମ୍ ବୟସରେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ ।

Leave A Reply

Your email address will not be published.