Latest Odisha News

’ ଯେତେବେଳେ ଦେଶ ସମ୍ପର୍କରେ କହିବା ସେତେବେଳେ..’ ଆମେରିକାରୁ ରାହୁଲଙ୍କୁ ଟାର୍ଗେଟ କଲେ ମୋଦି

ୱାଶିଂଟନ:ଆମେରିକାରୁ ରାହୁଲଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ରାହୁଲ ବିଦେଶ ଗସ୍ତରେ ଯାଇ ମୋଦି ସରକାରଙ୍କୁ  କଡା ସମାଲୋଚନ କରିଥିଲେ । ଥରେ ନୁହେଁ ଏକାଧିକବାର । ଏହି ପରିପ୍ରେକ୍ଷୀରେ ମୋଦି ଆମେରିକା କଂଗ୍ରେସର ସଦସ୍ୟଙ୍କୁ ପ୍ରଶଂସା କରିବାକୁ ଯାଇ  ରାହୁଲଙ୍କୁ ଟାର୍ଗେଟ କରିଥିଲେ । ମୋଦି କହିଥିଲେ ଦେଶ ଭିତରେ ବିଚାରଧାରାରେ ବାଦବିବାଦ ରହିବ । ହେଲେ ଦେଶ ପାଇଁ କହିବା ସମୟରେ ସମସ୍ତେ ଏକାଠି ହେବା ଉଚିତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତ-ଆମେରିକା ସମ୍ପର୍କ ଉତ୍ସବ ମନାଉଥିବାବେଳେ ଆମେରିକା କଂଗ୍ରେସର ସଦସ୍ୟମାନେ ଏକଜୁଟ ହୋଇଥିଲେ । ସେମାନଙ୍କୁ ଭୂରି ପ୍ରଶଂସା କରିଥିଲେ ମୋଦି । ହ୍ୱାଇଟ ହାଉସରେ ଉଦବୋଧନ ଦେବାବେଳେ ସେମାନଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, ଦେଶରେ ବିଚାରଧାରା ଭିନ୍ନ ରହିବା ସ୍ୱାଭାବିକ । କିନ୍ତୁ ରାଷ୍ଟ୍ର ପାଇଁ କହିବାବେଳେ ସମସ୍ତେ ଏକାଠି ହେବା ଦରକାର । ହେଲେ ଏହା ପରୋକ୍ଷରେ ରାହୁଲଙ୍କ ବିଦେଶ ମାଟିରେ ଦେଶର ସମାଲୋଚନା ପ୍ରସଙ୍ଗକୁ ଇଙ୍ଗିତ କରୁଥିଲା ।

ଏଠି କହିରଖିବୁ, ରାହୁଲ ଗାନ୍ଧୀ ଯେତେବେଳେ ଆମେରିକା ଗସ୍ତରେ ଥିଲେ, ଦେଶର ସମସ୍ୟା ଠାରୁ ଆରମ୍ଭ କରି ମୋଦି ସରକାର ପର୍ଯ୍ୟନ୍ତ ଆଲୋଚନା କରିଥିଲେ । ବିଦେଶ ମାଟିରେ ଦେଶର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହାକୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଲେ, ମୁଁ ବିଚାର ତଥା ବିଚାରଧାରାକୁ ନେଇ ଯୁକ୍ତିକୁ ବୁଝି ପାରୁଛି । କିନ୍ତୁ ଆଜି ମତେ ଏହା ଦେଖି ଖୁସି ଲାଗୁଛି ଯେ, ବିଶ୍ୱର ଦୁଇ ମହାନ ଗଣତାନ୍ତ୍ରିକ ଦେଶ ଭାରତ-ଆମେରିକା ସମ୍ପର୍କର ଉତ୍ସବ ପାଳିବା ପାଇଁ ଏକଜୁଟ ହୋଇଛନ୍ତି ।’

ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ବି ଆପଣଙ୍କୁ ମଜବୁତ ଦ୍ୱିଦଳୀୟ ସହମତିର ଆବଶ୍ୟକତା ପଡିବ ତେବେ ଆପଣଙ୍କୁ ସାହାଯ୍ୟ କରିବାର ଖୁସି ମତେ ମିଳିବ । ଦେଶରେ ବିଚାର ଉପରେ ବାଦ-ବିବାଦ ରହିବା ଉଚିତ । କିନ୍ତୁ ଯେତେବେଳେ ଆମେ ଦେଶ ସମ୍ପର୍କରେ କଥା ହେବା ସେତେବେଳେ ଆମକୁ ଏକଜୁଟ ହେବାକୁ ପଡିବ  । ଆପଣ ଏହା ଦେଖାଇଛନ୍ତି ଯେ ଏହା କରିପାରିବେ । ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ।’

Leave A Reply

Your email address will not be published.