ନୂଆଦିଲ୍ଲୀ:ଆଜି ସାରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟମବର୍ଗଙ୍କ ପାଇଁ ଆଉ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାରେ ବଣିଆ, ତନ୍ତୀ, ବାରିକ ପରି କାମ କରୁଥିବା ବର୍ଗର ଲୋକଙ୍କ ପାଇଁ ନୂଆ ଯୋଜନାର ଷୋଷଣା କରିଛନ୍ତି । ବିଶ୍ୱକର୍ମା ଜୟନ୍ତୀରେ ଏହି ଯୋଜନା କାର୍ଯକାରୀ ହେବ । ଏହି ଯୋଜନାର ନାଁ ରହିଛି ବିଶ୍ୱକର୍ମା ଯୋଜନା ରଖାଯାଇଛି । ଏହି ଯୋଜନାର ଆରମ୍ଭରେ ୧୩ରୁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଆସନ୍ତା ୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେଇ କହିଥିଲେ, ଏହି ସମୟ ଭିତରେ ଦେଶକୁ ତୃତୀୟ ଅର୍ଥ ଶକ୍ତି ଭାବେ ଉଭା କରିବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରାୟ ୧୩. ୫ କୋଟି ମଧ୍ୟବିତ୍ତ ପରିବାର ଏବେ ଗରିବିରୁ ମୁକ୍ତି ପାଇଛନ୍ତି । ଗାଁର ଶକ୍ତି ବଢିଲେ ସହରର ଆର୍ଥିକ ଶକ୍ତି ମଧ୍ୟ ଦ୍ରୁତ ଗତିରେ ବଢିବ ବୋଲି ମୋଦୀ କହିଛନ୍ତି ।
ତେବେ ସରକାର ଆସନ୍ତା ମାସରେ ପାରିମ୍ପରିକ କୁଶଳୀ ଲୋକଙ୍କ ପାଇଁ୧୩ ହଜାରରୁ ୧୫ ହଜାର କୋଟି ଟଙ୍କା ଆବଣ୍ଟନ କରି ଏହି ବିଶ୍ୱକର୍ମା ଯୋଜନାର ଆରମ୍ଭ କରିବେ ।
Comments are closed.