ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କି ବାତ’ କାର୍ୟ୍ୟକ୍ରମ ଜରିଆରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କୃଷକମାନଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶକୁ ଆତ୍ମନିର୍ଭର କରିବାରେ କୃଷକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।
କରୋନା ସଙ୍କଟ ସମୟରେ କୃଷି କ୍ଷେତ୍ର ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଛି। ଦେଶର କୃଷକମାନେ ଯେତେ ଶକ୍ତିଶାଳୀ ହେବେ, ଗାଁ ସେତେ ଅଧିକ ଶକ୍ତିଶାଳୀ ହେବ, ଦେଶ ସେତେ ଆତ୍ମନିର୍ଭର ହେବ। ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ କେବଳ କୃଷକଙ୍କ ଶକ୍ତିରେ ନିର୍ମାଣ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
କଥାରେ ଅଛି ଯିଏ ଭୂମି ସହ ଯେତେ ଜଡ଼ିତ, ତାକୁ ସବୁଠୁ ବଡ଼ ଝଡ଼ ମଧ୍ୟ ଦୋହଲାଇ ପାରିବ ନାହିଁ। ଆମର କୃଷି କ୍ଷେତ୍ର କରୋନାର ଏହି କଠିନ ସମୟରେ ଏହାର ଏକ ଜୀବନ୍ତ ଉଦାହରଣ । ଆଜି କୃଷକମାନେ ନିଜ ଇଚ୍ଛାରେ ଉତ୍ପାଦ ବିକ୍ରୟ କରିବାର ସ୍ୱାଧୀନତା ପାଇଛନ୍ତି। ସାମ୍ପ୍ରତିକ ଅତୀତରେ, ଏହି କ୍ଷେତ୍ରଗୁଡିକ ନିଜକୁ ଅନେକ ପ୍ରତିବନ୍ଧକରୁ ମୁକ୍ତ କରିଛନ୍ତି।
ଦେଶକୁ ସମ୍ବୋଧନ କରି ଆଗକୁ ଆସୁଥିବା ଦେଶର ବୀରପୁତ୍ରମାନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସହିଦ ଭଗତ ସିଂଙ୍କ ବୀରତ୍ୱ ବିଷୟରେ ଦେଶବାସୀଙ୍କୁ ପୁଣି ଥରେ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ। ଶେଷର ପ୍ରଧାନମନ୍ତ୍ରୀ ଲୋକଙ୍କୁ ସଂକ୍ରମଣରୁ ବଞ୍ଚିବା ପାଇଁ କୋଭିଡ ପ୍ରୋଟକଲ ମାନି ଚଳିବା ପାଇଁ ଉପଦେଶ ଦେଇଥିଲେ। ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି।
Comments are closed.