Latest Odisha News

ସ୍ୱଚ୍ଛ ଭାରତ ଅଭିଯାନ ଲାଗି ମୋଦୀଙ୍କୁ ମିଳିଲା ‘ଗ୍ଲୋବାଲ୍ ଗୋଲକିପର୍ ଆୱାର୍ଡ଼’…

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କଠାରେ ମିଳିଛି ‘ଗ୍ଲୋବାଲ୍ ଗୋଲକିପର୍’ ପୁରସ୍କାର ।

ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟସ୍ ନ୍ୟୁୟର୍କଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରିଛନ୍ତି ।

ଏହି ପୁରସ୍କାର କୋଟି କୋଟି ଭାରତୀୟଙ୍କ ଲାଗି ଉତ୍ସର୍ଗୀକୃତ ବୋଲି ପୁରସ୍କାର ଗ୍ରହଣ କରିବା ଅବସରରେ ମୋଦୀ କହିଛନ୍ତି ।

କୋଟି କୋଟି ଭାରତୀୟମାନେ ତାଙ୍କର ନିତିଦିନିଆ ଜୀବନରେ ସ୍ୱଚ୍ଛତାକୁ ଏକ ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିପାରିଛନ୍ତି ସେହିମାନଙ୍କ ଲାଗି ଏହି ପୁରସ୍କାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.