Latest Odisha News

BREAKING NEWS

କୁଏତର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି

ନୂଆଦିଲ୍ଲୀ: ଆଜି କୁଏତ ଗସ୍ତର ଅନ୍ତିମ ଦିନରେ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି । କୁଏତର ସର୍ବୋଚ୍ଚ ସମ୍ମାନ ‘ଦ ଅର୍ଡର ଅଫ୍ ମୁବାରକ ଅଲ୍ କବୀର’ ଗ୍ରହଣ କରିଛନ୍ତି ମୋଦି ।  ଉପସାଗରୀୟ ଦେଶ କୁଏତର ସର୍ବୋଚ୍ଚ ସମ୍ମାନ ଗ୍ରହଣ କରିବା ପରେ ଏହା ଥିଲା ମୋଦିଙ୍କ କୌଣସି ଦେଶ ପକ୍ଷରୁ ମିଳିଥିବା ୨୦ତମ ସର୍ବୋଚ୍ଚ ସମ୍ମାନ ।

ଦ ଅର୍ଡର ଅଫ୍ ମୁବାରକ ଅଲ୍ କବୀର’ ଏକ ସମ୍ମାନ ଯାହା କୌଣସି ରାଷ୍ଟ୍ରମୁଖ୍ୟ, ବିଦେଶୀ ସାର୍ବଭୌମ ଏବଂ ରାଜପରିବାରର ସଦସ୍ୟମାନଙ୍କୁ ବନ୍ଧୁତାର ପ୍ରତୀକ ଭାବରେ ପ୍ରଦାନ କରାଯାଏ । ମୋଦିଙ୍କ ପୂର୍ବରୁ ଏହା ଗ୍ଲୋବାଲ୍ ଲିଡର ବିଲ୍ କ୍ଲିନଟନ, ପ୍ରିନ୍ସ ଚାଲସ୍, ଏବଂ ଜିଓରଜ୍ ବସଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲା କୁଏତ୍ ।

ତେବେ ଦୁଇ ଦିନିଆ କୁଏତ୍ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା । କୁଏତ୍ ପହଞ୍ଚିବା ପରେ ବୟାନ ପ୍ୟାଲେସରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଆଜି ତାଙ୍କ ଗସ୍ତର ଦ୍ବିତୀୟ ତଥା ଅନ୍ତିମ ଦିନ । ଏହାପରେ ସେ ଅମିର ସେଖ୍ ଓ କ୍ରାଉନ୍ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିବା ସୂଚନା ମିଳିଛି। ଯେଉଁଥିରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା, ଶକ୍ତି, ହାଇଡ୍ରୋକାର୍ବନ୍ ଏବଂ ବ୍ୟବସାୟିକ ସମ୍ପର୍କ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।

Leave A Reply

Your email address will not be published.