Latest Odisha News

ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ମୋଦି

ନୂଆଦିଲ୍ଲୀ: ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌ ସେଣ୍ଟ ଆଣ୍ଡ୍ରିୟୁ ଦ ଏପୋଷ୍ଟଲ ଦ ଫାଷ୍ଟ କଲ୍‌ଣ୍ଡ’ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଏବଂ ରୁଷିଆ ମଧ୍ୟରେ ଭାଗିଦାରୀ ତଥା ବନ୍ଧୁତ୍ୱକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଉଲ୍ଲେଖନୀୟ ଉଦ୍ୟମକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ରବିବାର ରୁଷିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ରୁଷ ରାଷ୍ଟ୍ରପତି ପୁଟିନଙ୍କ ନିମନ୍ତ୍ରଣ ଯୋଗେ ଯାଇ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ  ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ମୋଦି । ଏହି ଅବସରରେ ମୋଦିଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ପୁଟିନ୍ ।

ଏହି ଅବସରରେ ମୋଦି କହିଛନ୍ତି, ଏ ସମ୍ମାନ କେବଳ ମୋର ନୁହେଁ, ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କର । ଏହା ଉଭୟ ଦେଶ ମଧ୍ୟରେ ଥିବା ପୁରୁଣା ବନ୍ଧୁତ୍ୱର ପ୍ରତିଫଳନର ସମ୍ମାନ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱରେ ଗତ ୨୫ ବର୍ଷ ମଧ୍ୟରେ ଭାରତ-ରୁଷିଆ ସହଭାଗିତା ମଜଭୂତ ହୋଇଛି। ଉଭୟ ଦେଶବାସୀଙ୍କ ଉନ୍ନତ ଭବିଷ୍ୟତ ଲାଗି ଆମକୁ ଲୋକ-ସହଭାଗିତାକୁ ପ୍ରୋତ୍ସାହିତ ଏବଂ ସମର୍ଥନ କରିବାର ଆବଶ୍ୟକତା ରହିଛି। ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରୟାସ ଜାରି ରଖିବା ଆବଶ୍ୟକ। ଆମେ ଏହି ଦିଗରେ ନିରନ୍ତର କାର୍ଯ୍ୟ କରିବୁ ବୋଲି ମୋଦି କହିଛନ୍ତି।

Comments are closed.