ବାଲି: ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କଲା ବେଳେ ବାଲିଯାତ୍ରା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରୁ ୧୫ଶହ କିଲୋମିଟର ଦୂର କଟକସ୍ଥିତ ବାଲିଯାତ୍ରା ମହୋତ୍ସବର ସ୍ମରଣ କରାଇଲେ ମୋଦୀ । ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ସ୍ମରଣୀୟ ରଖିବା ପାଇଁ ବର୍ଷ ବର୍ଷ ଧରି ବାଲିଯାତ୍ରା ଆୟୋଜିତ ହୋଇଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ସମ୍ପର୍କ ଐତିହାସିକ । ଦୁଇ ଦେଶର ଲୋକେ ପରସ୍ପର ପ୍ରତି ସୁଖ-ଦୁଃଖର ସାଥୀ ବୋଲି କହିଛନ୍ତି ମୋଦୀ । ବାଲିଯାତ୍ରାର ଫଟୋ ଗୁଡିକୁ ଇଣ୍ଡୋନେସିଆର ଲୋକେ ଇଣ୍ଟରନେଟ୍ ଜରିଆରେ ଦେଖି ଖୁସି ହୁଅନ୍ତି । କୋଭିଡ ପାଇଁ ଦୁଇ ବର୍ଷରୁ ବାଲିଯାତ୍ରା ବନ୍ଦ ରହିଥିଲା ।
Comments are closed.