ନୂଆଦିଲ୍ଲୀ: ୧୧୬ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ଆଜି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଷଷ୍ଠ ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ।
ଆଜିର ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ନିକଟରେ ମୋଦି ଗୁଆନା ଗସ୍ତ କରିଥିବା ବେଳେ ସେଠିକା ଅନୁଭୂତି ଏବଂ ସେଠିକାର ଭାରତୀୟ ସମ୍ପ୍ରଦାୟଙ୍କ ବିଷୟରେ ନିଜ ଆଲୋଚନାରେ ଆଲୋକପାତ କରିଛନ୍ତି । ଏଥିସହିତ ଆଜି ଏନସିସି ଦିବସରେ ନିଜ କଲେଜ ସମୟର ଅନୁଭୂତି ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ କହିଛନ୍ତି, ଏନସିସି ଯୁବବର୍ଗଙ୍କ ଭିତରେ ଅନୁଶାସନ , ନେତୃତ୍ଵ ଓ ସେବା ଭାବନା ଆଣିଥାଏ। ଦେଶରେ ୫ ହଜାର ନୂଆ ସ୍କୁଲ ଓ କଲେଜରେ ଏନସିସି ଯୋଡି ହୋଇଛି। ଏନସିସିରେ ପୂର୍ବ ଅପେକ୍ଷା ୪୦ ପ୍ରତିଶତ ବାଳିକାଙ୍କ ସଂଖ୍ୟା ବଢିଛି।
ଏଥିସହିତ ଆଜି ପୁଣି ଡିଜିଟାଲ ଆରେଷ୍ଟକୁ ନେଇ ଦେଶବାସୀଙ୍କୁ ସଚେତନ କରାଇଛନ୍ତି ମୋଦି । ଏଥିସହିତ କିପରି ଯୁବବର୍ଗମାନେ ବୃଦ୍ଧାଙ୍କୁ ଡିଜିଟାଲି କାର୍ଯ୍ୟ କରିବାକୁ ସମସ୍ତ ପ୍ରକାର ସାହାର୍ଯ୍ୟ କରୁଛନ୍ତି ସେନେଇ କିଛି ଯୁବକଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଅନ୍ୟପଟେ ଏକ ପେଡ୍ ମା କେ ନାମ୍ ଅଭିଯାନ ତୀବ୍ର ହୋଇଛି ବୋଲି କହିଛନ୍ତି ମୋଦି। ବୃକ୍ଷ ରୋପଣ ଅଭିଯାନ ଦେଶ ବିଦେଶକୁ ବ୍ୟାପିଛି। ସରକାରୀ କାର୍ଯ୍ୟାଳୟରେ ଏବେ ସ୍ଵଚ୍ଛତା ବଢିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।