Latest Odisha News

BREAKING NEWS

ବାରଣାସୀ ଗସ୍ତରେ ମୋଦୀ, ଚାଷୀଙ୍କୁ ଦେଲେ ବଡ ଉପହାର

ବାରଣାସୀ: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାରଣାସୀ ଗ୍ରସ୍ତରେ ଯାଇ ସେଠାକାର ଚାଷୀ ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି ମୋଦୀ। ଚାଷୀ ମାନଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କରିଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଅଧୀନରେ ଦେଶର ପ୍ରାୟ ୯.୬୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ୨୦ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି ମୋଦୀ। ଏଥିସହ ବାରାଣସୀ ସଂସଦୀୟ କ୍ଷେତ୍ରରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ ସଂସଦୀୟ କ୍ଷେତ୍ରର ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦୀ ।

ଏଥିସହ ୩୦ ହଜାରରୁ ଅଧିକ ହିତାଧିକାରୀ ଚାଷୀ ମାନଙ୍କୁ କୃଷି ସଖି ପ୍ରମାଣପତ୍ର ମଧ୍ୟ ବାଣ୍ଟିଛନ୍ତି ମୋଦୀ। ପ୍ରଥମେ ୧୨ଟି ରାଜ୍ୟରେ ଏହି କୃଷି ସଖି ଯୋଜନା ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ସମସ୍ତ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ମୋଦୀ।

ସୂଚନା ଯୋଗ୍ୟ, ଚାଷୀକୁ ଆର୍ଥିକ ପ୍ରତ୍ସୋହନ ପାଇଁ ୨୦୧୯ ଫେବ୍ରୁଆରୀ ୨୪ରେ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ ମୋଦି ସରକାର । ଏଯାଏଁ ୧୬ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇଛି। ୨୦୨୩-୨୪ରେ ଓଡିଶାରେ ୩୦ ଲକ୍ଷରୁ ଅଧିକ ପିଏମ୍‌ କିଷାନ ସମ୍ମାନ ନିଧି ହିତାଧିକାରୀ ଅଛନ୍ତି ।

Comments are closed.