Latest Odisha News

BREAKING NEWS

ଚିତା ବାଘ ପୁଣିଥରେ ଭାରତ ମାଟିକୁ ଫେରିଛନ୍ତି : ମୋଦି

ମଧ୍ୟପ୍ରଦେଶ: ଚିତା ବାଘ ପୁଣିଥରେ ଭାରତ ମାଟିକୁ ଫେରିଛି। ଏବେ ଚିତାବାଘଙ୍କ ନୂତନ ବାସସ୍ଥାନ ହୋଇଛି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କ।   ନାମ୍ବିଆରୁ ଆଠଟି ଚିତାବାଘ ଏକ ସ୍ବତନ୍ତ୍ର କାର୍ଗୋ ବିମାନରେ ଭାରତ ଆସିବା ପରେ ଏହି ସମସ୍ତ ଚିତାଙ୍କୁ ସେନାର ତିନିଟି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  ଚିତାବାଘଙ୍କୁ ଏନକ୍ଲୋଜରରେ ବାହାରକୁ ଛାଡିଥିଲେ ପ୍ରଧାନମନ୍ତ୍ରୀ ମୋଦି  ।

 ଚିତାଙ୍କ ସୁରକ୍ଷା ପାଇଁ ଉପଗ୍ରହ ମାଧ୍ୟମରେ ନଜର ରଖିବାକୁ ସମସ୍ତ ଚିତାଗୁଡ଼ିକରେ ରେଡିଓ କଲର ଲଗାଯାଇଛି ।  ଏହା ବ୍ୟତୀତ, ପ୍ରତ୍ୟେକ ଚିତା ପଛରେ ଏକ ଉତ୍ସର୍ଗୀକୃତ ମନିଟରିଂ ଦଳ ଅଛନ୍ତି । ଏହି ଦଳଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଚିତା ବାଘଙ୍କ ବଂଶ ବିସ୍ତାର କରିବା ସହ ତାଙ୍କର ସୁରକ୍ଷା କଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆହୁରି କହିଥିଲ ଯେ ଭାରତରେ ଖୋଲା ଜଙ୍ଗଲ ଏବଂ ତୃଣଭୂମି ଇକୋସିଷ୍ଟମର ପୁନରୁଦ୍ଧାରରେ ସାହାଯ୍ୟ କରିବ ଏହି ଚିତାବାଘ ।   ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ନାମ୍ବିଆ ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ ସରକାରଙ୍କ ଉଚ୍ଚାଭିଳାଷୀ ପ୍ରୋଜେକ୍ଟ ଚିତା ଅଧୀନରେ ବନ୍ୟ ପ୍ରଜାତିର ସୁରକ୍ଷା କରାଯିବାକୁ ଯୋଜନା କରାଯାଇଛି ।

Leave A Reply

Your email address will not be published.