Latest Odisha News

ଘରେ ପାଳିତ ହେଉଥିଲା ଅନ୍ତ୍ୟେଷ୍ଟି କ୍ରିୟା, ଜୀବନ୍ତ ଫେରିଲେ ବ୍ୟକ୍ତି

ବିଜନୌର: ଫିଲ୍ମ ଚୁପକେ ଚୁପକେର ବାସ୍ତବରୂପ ବିଜନୌରରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଋଣଗସ୍ତ ହେବା ପରେ ଚାପଗ୍ରସ୍ତ ହୋଇ ଜଗନୱାଲ ଗ୍ରାମର ଜଣେ ଯୁବକ (କାଳ୍ପନିକ ନାମ ଜିତୁ) ଘର ଛାଡି ପଳାଇ ଯାଇଥିଲା । ପରିବାରବର୍ଗଙ୍କ ମୁତାବକ କୌଣସି ବିଷାକ୍ତ କୀଟ କାମୁଡିବା ଯୋଗୁ ଜିତୁ ମୃତ୍ୟୁବରଣ କରିଥିବା ଗ୍ରାମବାସୀଙ୍କୁ ଜଣାଇଥିଲେ । ନିୟମ ମୁତାବକ ଗଙ୍ଗାରେ ଭସାଯିବା ପରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇଥିଲା । ତେବେ ୧୩ତମ ଦିନ ହଠାତ ଜିତୁ ଗ୍ରାମକୁ ଆସିଥିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଗ୍ରାମ ପ୍ରଧାନଙ୍କ ଅନୁସାରେ ଜିତୁ ସହରରେ ଏକ ଚାକିରୀ ପାଇଥିବାରୁ କାହାକୁ କିଛି ନ କହି ପଳାଇ ଯାଇଥିଲା ।

ତେବେ କିଏ ତାଙ୍କ ପରିବାରକୁ ସେ ମୃତ୍ୟୁବରଣ କରିଥିବା ଖବର ଶୁଣାଇଥିଲା ତାହା ଜଣାପଡି ନାହିଁ । ଜିତୁ ଉପରେ କେତେକ ଗ୍ରାମବାସୀଙ୍କ ପାଖାପାଖି ୩ ଲକ୍ଷ ଟଙ୍କାର କରଜ ରହିଛି । ଏହାକୁ ଶୁଝିବା ପାଇଁ ସେ ଚାକିରୀ କରିବା ପାଇଁ ସହରକୁ ପଳାଇ ଯାଇଥିଲା । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.