Latest Odisha News

BREAKING NEWS

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମ ମନ୍ଦିର ଉପରେ ଡାକ ଟିକେଟ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବାକୁ ଥିବା ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସମଗ୍ର ଦେଶରେ ଆନନ୍ଦର ବାତାବରଣ ରହିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଏକ ସ୍ମରଣୀୟ ଡାକ ଟିକେଟ୍ ଜାରି କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ପ୍ରଭୁ ରାମଙ୍କ ଉପରେ ପ୍ରକାଶିତ ଷ୍ଟାମ୍ପଗୁଡ଼ିକର ଏକ ପୁସ୍ତକ ମଧ୍ୟ ଜାରି କରିଛନ୍ତି । 48 ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ରେ 20 ଟି ଦେଶର ଷ୍ଟାମ୍ପ୍ ରହିଛି । ଏହା ପରେ ପିଏମ ମୋଦି ଏକ ଭିଡିଓ ମେସେଜ ମଧ୍ୟ ଜାରି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମୋଟ 6 ଟି ଡାକ ଟିକେଟ୍ ଜାରି କରିଛନ୍ତି । ଏଥିମଧ୍ୟରେ ରାମ ମନ୍ଦିର, ଭଗବାନ ଗଣେଶ, ହନୁମାନ, ଜଟାୟୁ, କେବଟରାଜ ଏବଂ ମାଆ ଶବରୀ ଅନ୍ତର୍ଭୁକ୍ତ । ଏହି ଷ୍ଟାମ୍ପ ଗୁଡ଼ିକରେ ରାମ ମନ୍ଦିର, ଚୌପାଇ ‘ମଙ୍ଗଲ ଭବନ ଅମଙ୍ଗଲ ହାରି’, ସୂର୍ଯ୍ୟ, ସରୟୁ ନଦୀ, ମନ୍ଦିର ଏବଂ ଏହାର ଆଖପାଖରେ ଥିବା ମୂର୍ତ୍ତିଗୁଡ଼ିକ ଚିତ୍ରିତ ହୋଇଛି ।

48 ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଏବଂ ମିଳିତ ଜାତିସଂଘ ଭଳି ସଂଗଠନ ସମେତ 20 ରୁ ଅଧିକ ଦେଶ ଦ୍ବାରା ଜାରି କରାଯାଇଥିବା ଡାକ ଟିକେଟ୍ ରହିଛି ।

Leave A Reply

Your email address will not be published.