Latest Odisha News

BREAKING NEWS

ଛୋଟ ପିଲା ଉପରେ ବାପାମାଆଙ୍କ ଏକ ପରୀକ୍ଷଣ ବିଶ୍ୱକୁ ସ୍ତବ୍ଧ କରିଥିଲା

ନୂଆଦିଲ୍ଲୀ: ନିଜର ଜନ୍ମିତ ଶିଶୁ ପ୍ରତି ବାପାମାଆଙ୍କ ଏକ ପରୀକ୍ଷଣ କିପରି ସାରା ବିଶ୍ୱକୁ ଚକିତ କରିଥିଲା ଆସନ୍ତୁ ଜାଣିବା । ଡେଲିଷ୍ଟାରରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୩୧ରେ ମନୋବୈଜ୍ଞାନିକ ବିନଥ୍ରୋପ ଓ ଲୁଏଲା କେଲାଙ୍ଗଙ୍କ ଔରସରୁ ଡୋନାଲ୍ଡ ଜନ୍ମ ହୋଇଥିଲେ । ସେ ସମୟରେ ଏକ ଶିଶୁ ଶିମ୍ପାଜୀଙ୍କୁ ଘରକୁ ଆଣିବା ସହ ଡୋନାଲ୍ଡଙ୍କ ସହ ଏକତ୍ର ଲାଳନ ପାଳନ କରିଥିଲେ । ଶିମ୍ପାଜୀର ନାମ ଗୁଆ ରଖାଯାଇଥିଲା । ଗୁଆକୁ ୭ମାସ ହୋଇଥିବା ବେଳେ ଡୋନାଲ୍ଡ ୧୦ ମାସର ହୋଇଥିଲା । ଉଭୟଙ୍କୁ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ପାଳନ କରାଯାଇଥିଲା । ଏକା ପ୍ରକାର ପୋଷାକ, ଗାଡି, ଖାଦ୍ୟ ଦିଆଯାଉଥିଲା ।

ଦୁଇ ଜଣଙ୍କୁ ଏକତ୍ର ଗାଡିରେ ବସାଇ ଗୋଲ ଗୋଲ ବୁଲା ଯିବା ସହ ସେମାନଙ୍କ ପ୍ରତିକ୍ରିୟା ଅନୁଧ୍ୟାନ କରାଯାଇଥିଲା । ଯାହାର ଭିଡିଓ ଆଜି ବି ଭାଇରାଲ ହେଉଛି । ତେବେ ପରୀକ୍ଷଣ ଆହୁରି ମାରାତ୍ମ ହେଲା ଯେତେବେଳେ ସେମାନଙ୍କୁ ବନ୍ଧୁକ ଗୁଳିର ଶବ୍ଦ ଶୁଣାଗଲା । ମୁଣ୍ଡରେ ଚାମଚ ମରାଯାଇ ପ୍ରତିକ୍ରିୟା କି ଭିଳି କରୁଛନ୍ତି ତାହା ରେକର୍ଡ କରାଗଲା । ଡୋନାଲ୍ଡ ଧିରେ ଧିରେ ଶିମ୍ପାଜୀ ପରି ବ୍ୟବହାର କରିବାକୁ ଲାଗିଲା । ଏହା ପରେ ପରୀକ୍ଷଣ ରୋକି ଦିଆଯାଇଥିଲେ ମଧ୍ୟ ବହୁତ ଡେରି ହୋଇ ଯାଇଥିଲା ।

୧୯୭୨ରେ ଡୋନାଲ୍ଡଙ୍କ ମାତାପିତାଙ୍କ ଦେହାନ୍ତ ହୋଇ ଯାଇଥିଲା । ୪୩ ବର୍ଷ ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗିବା ପରେ ଡୋନାଲ୍ଡ ଆତ୍ମହତ୍ୟା କରିଥିଲା । ଅବଶ୍ୟ ଗୁଆକୁ ଏକ ପ୍ରାଇମେଟ କଲେନୀକୁ ପଠାଇ ଦିଆଯାଇଥିଲା । ବାପାମାଆଙ୍କ ଏକ କ୍ରୁରତାପୂର୍ଣ୍ଣ ପରୀକ୍ଷଣ ଡୋନାଲ୍ଡର ଜୀବନକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥିଲା । ସେ ମଣିଷ କିମ୍ବା ପଶୁ କାହାପରି ହୋଇପାରି ନ ଥିଲା । ଆଜି ବି ଏହି ପରୀକ୍ଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି ।

Leave A Reply

Your email address will not be published.