Latest Odisha News

BREAKING NEWS

ସାଇବର ଠକେଇକୁ ନେଇ ମୋଦିଙ୍କ ମନ୍ତ୍ରଣା, କହିଲେ ଏହି ନମ୍ବରକୁ କଲ୍ କରି ଜଣାନ୍ତୁ…

ନୂଆଦିଲ୍ଲୀ: ଆଜି ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ପୂରା ଦେଶକୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୧୫ତମ ‘ମନ କୀ ବାତ୍‌ କାର୍ଯ୍ୟକ୍ରମରେ ଆଜି ଆନିମେସନ, ଭୋକାଲ ଫର୍ ଲୋକାଲ, ଆତ୍ମନିର୍ଭର ଭାରତ ଏବଂ ସାଇଭର ଠକେଇ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ସାଇବର ଠକେଇକୁ ନେଇ ଏକ ଅଡିଓ-ଭିଡିଓ ବାର୍ତ୍ତାର ଉଦାହରଣ ଦେଇ ଏନେଇ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି । କିପରି ଡିଜିଟାଲ ଆରେଷ୍ଟରୁ ବର୍ତ୍ତିବେ ସେନେଇ ସଚେତନ କରାଇଛନ୍ତି । ଏଥିସହିତ ଠକେଇରୁ ବଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ୩ଟି ସୂତ୍ର ଆପଣାଇବାକୁ ପରାମର୍ଶ ଦେଇଛନ୍ତି । ଏନେଇ ମୋଦି କହିଛନ୍ତି, ଫ୍ରଡ୍‌ କଲ୍‌ ଆସିଲେ ଧୈର୍ଯ୍ୟ ଧରିବା ସହ ଚିନ୍ତା କରନ୍ତୁ ଏବଂ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ । କୌଣସି ଏଜେନ୍ସି ଫୋନ କରି ପଚରାଉଚରା କରେନାହିଁ । ତେଣୁ ଯଦି ଫ୍ରଡ୍‌ କଲ ଆସୁଛି ତାହାଲେ ୧୯୩୦କୁ କଲ୍‌ କରି ଜଣାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୋଦି ।

Leave A Reply

Your email address will not be published.