Latest Odisha News

BREAKING NEWS

ନବୀନ ସରକାରକୁ ସମାଲୋଚନା କଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସିବା ପୂର୍ବରୁ ଶୁକ୍ରବାର ଦିନ ଶାସକ ଦଳ ବିଜେଡି ରାଜ୍ୟର ସାଧାରଣ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଥିବା ନେଇ ସମାଲୋଚନା କରି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କୋରାପୁଟରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ପୂର୍ବରୁ ଓଡିଆରେ ଟ୍ୱିଟ୍ କରି ଉଭୟ ବିଜେଡିକୁ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ ବିଫଳ ହୋଇଛି । ଓଡ଼ିଶା ଏକ ଭଲ ସରକାର ପାଇଁ ହକଦାର ଓ ବିଜେପି ଏହା ପୂରଣ କରିବ।

ନିକଟରେ ବିଜେପିରେ ସାମିଲ ହୋଇଥିବା ୨ ଜଣ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର ମଧ୍ୟ ଏହି ର‌୍ୟାଲିରେ ଯୋଗ ଦେଉଛନ୍ତି ।

Leave A Reply

Your email address will not be published.