Latest Odisha News

BREAKING NEWS

Modi-Zelenskyy: ମାସକରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ଜେଲେନ୍ସକି; ଜାଣନ୍ତୁ କହିଲେ କ’ଣ

ନୂଆଦିଲ୍ଲୀ:ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି (Volodymyr Zelenskyy) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi)ଙ୍କୁ ଫୋନ୍ କରି ୟୁକ୍ରେନର ସାମ୍ପ୍ରତିକ ଘଟଣାକ୍ରମ ଉପରେ ନିଜର ମତାମତ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି । ସୂଚନାଥାଉକି, ଅଗଷ୍ଟ ମାସରେ ଏହା ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ଟେଲିଫୋନ୍ ବାର୍ତ୍ତାଳାପ ଥିଲା।

ଚୀନରେ ପିଏମ୍ ମୋଦି ରୁଷ ରାଷ୍ଟ୍ରପତି ପୁଟିନ(Vladimir Putin)ଙ୍କ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଜେଲେନସ୍କି  ମୋଦିଙ୍କୁ ଫୋନ୍ କରି କଥା ହୋଇଛନ୍ତି।

ଜେଲେନସ୍କିଙ୍କ ସହ ତାଙ୍କର ଆଲୋଚନା ବିଷୟରେ କହି ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଫୋନ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ରୁଷ – ୟୁକ୍ରେନ ମଧ୍ୟରେ ଶାନ୍ତି ପୁନଃସ୍ଥାପନ ପାଇଁ ଭାରତର ସମର୍ଥନକୁ ପୁନଃ ଦୋହରାଇଥିଲେ।

ଚୀନ୍‌ରେ ଅନୁଷ୍ଠିତ SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତର ଗୋଟିଏ ଦିନ ପୂର୍ବରୁ ଏହି ଆଲୋଚନା ହୋଇଥିଲା। ଏହା ପୂର୍ବରୁ ଅଗଷ୍ଟ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜେଲେନ୍ସକି ଫୋନ୍‌ରେ କଥା ହୋଇଥିଲେ।

ଜେଲେନ୍ସକି ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି ଯେ, ‘ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛି । ୱାଶିଂଟନରେ ରାଷ୍ଟ୍ରପତି ଟ୍ରମ୍ପ ଓ ୟୁରୋପୀୟ ନେତାଙ୍କ ଆଲୋଚନା ବାବାଦରେ ମୁଁ ସୂଚନା ପ୍ରଦାନ କଲି । ୟୁକ୍ରେନ ରୁଷର ଶୀର୍ଷ ନେତାଙ୍କ ସହ ବୈଠକ ପାଇଁ ନିଜର ତତ୍ପରତା ଦୋହରାଇଥିଲା । ଏହି ଆଲୋଚନାକୁ ଦୁଇ ସପ୍ତାହ ବିତି ସାରିଛି, କିନ୍ତୁ ରୁଷ କୌଣସି ସକାରାତ୍ମକ ସଂକେତ ଦେଇ ନାହିଁ । ସେ କେବଳ ନାଗରିକଙ୍କ ଠିକଣା ଉପରେ ନିନ୍ଦନୀୟ ଆକ୍ରମଣ କରୁଛି ଓ ଆମର ଲୋକଙ୍କୁ ହତ୍ୟା କରୁଛି । ପୀଡ଼ିତ ପରିବାର ଲୋକ ଓ ପ୍ରିୟଜନଙ୍କ ପ୍ରତି ସମବେଦନା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଏସିଓ ବୈଠକ ପୂର୍ବରୁ ଆମ ସ୍ଥିତିର ସମନ୍ୱୟ ସ୍ଥାପନ କରିଛୁ । ଭାରତ ଶିଖର ସମ୍ମିଳନୀରେ ଆବଶ୍ୟକୀୟ ପ୍ରୟାସ କରିବାକୁ ଏବଂ ଉପଯୁକ୍ତ ସଙ୍କେତ ପଠାଇବାକୁ ପ୍ରସ୍ତୁତ । ନିକଟ ଭବିଷ୍ୟତରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମୁଁ ଖୁସି ହେବି।’

Comments are closed.