Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ମମତାକୁ କଡ଼ା ସମାଲୋଚନା କଲେ ମୋଦି, କହିଲେ ବହୁତ ହୋଇଗଲା ଷଡଯନ୍ତ୍ର

କୋଲକାତା : ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ତାଙ୍କ ଅଭିଭାଷଣରେ ଚଳିତ ବଜେଟରେ ପଶ୍ଚିମବଙ୍ଗକୁ ଦିଆଯାଇଥିବା ଅନୁଦାନ ଓ ଯୋଜନା ବାବଦରେ ବଖାଣିଥିଲେ । ଭାଷଣ ଆରମ୍ଭରୁ ମମତା ସରକାରକୁ କଡ଼ା ସମାଲୋଚନା କରିଥିଲେ ମୋଦି ।

ଜନସଭାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବି ଟାର୍ଗେଟ କରି ମୋଦୀ କହିଥିଲେ ଯେ, ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗ କାହିଁକି ପଛରେ ପଡିଛି ? ଗତ ୧୦ ବର୍ଷ ଧରି ମମତାଙ୍କ ସରକାର ରାଜ୍ୟରେ କେତେ ଶିଳ୍ପ ସ୍ଥାପନ କରିଛନ୍ତି ? ମା, ମାଟି, ମାନୁଷ ନାଁରେ ମମତା ଦିଦି ଲୋକଙ୍କୁ ଠକି ଚାଲିଛନ୍ତି ବୋଲି ମୋଦି କହିଛନ୍ତି । ସେହିପରି ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ଷଡ଼ଯନ୍ତ୍ରକାରୀଙ୍କୁ, ଦେଶ ଉଚିତ ଜବାବ ଦେବ ବୋଲି ଜନସଭାରେ କହିଥିଲେ ମୋଦି ।

ମୋଦି ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗର ବିକାଶ ପାଇଁ କେନ୍ଦ୍ର ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି । କୋଲକାତାରେ ପ୍ରାୟ ୮ ହଜାର ୫ ଶହ ​‌କୋଟି ଟଙ୍କାର ମେଟ୍ରୋ ଷ୍ଟେସନ୍‌ କାମ ଜାରି ରହିଛି । ଆଗକୁ ମଧ୍ୟ ଅନେକ ଯୋଜନା ଲାଗୁ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମୋଦି କହିଛନ୍ତି ।

Comments are closed.