Latest Odisha News

‘ତୃତୀୟ ଥର ପାଇଁ ୧୦୦ ଛୁଇଁପାରିଲାନି, ତଥାପି ବୟାନବାଜି’: ରାହୁଲଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଚାଲିଛି ସଂସଦ । ଆଜି ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ ହେଉ ହେଉ ଚେଇଁ ଉଠିଥିଲେ ବିରୋଧୀ । ଲୋକସଭାରେ ବିରୋଧୀ ନେତା ହଲ୍ଲାବୋଲ ଆରମ୍ଭ କରିଦେଇଥିଲେ । ମୋଦି ଭାଷଣ ବେଳେ ଅନେକ ବିରୋଧୀ ସାଂସଦ ନିଜ ସିଟରୁ ଉଠି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ମୋଦି ମଣିପୁର ଯାଅ, ନ୍ୟାୟ ଦିଅ, ଳଜ୍ଜା ଲଜ୍ଜା ନାରାରେ ପ୍ରକମ୍ପିତ ହୋଇଥିଲା ସଦନ ।

ପ୍ରଧାନମନ୍ତ୍ରୀ ଆରମ୍ଭରୁ ହିଁ ବିରୋଧୀଙ୍କୁ ଟାର୍ଗେଟ କରି ଅଭିଭାଷଣ ଦେଇଥିଲେ । ସେ କହିଛନ୍ତି, ଆମେ କିଛି ଲୋକଙ୍କ ଯନ୍ତ୍ରଣା ବୁଝୁ ପାରୁଛୁ। ଏତିକି କହିବା ପରେ ଗୃହରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ଏହାପରେ ପରିସ୍ଥିତି ଏତେ ଅସମ୍ଭାଳ ହୋଇଥିଲା ଯେ, ଅଭିଭାଷଣ ବନ୍ଦ କରି ପ୍ରଧାନମନ୍ତ୍ରୀ ତାଙ୍କ ଆସନରେ ବସି ପଡିଥିଲେ। ଏହାପରେ ଲୋକସଭା ବାଚସ୍ପତି ଓମ ବିର୍ଲା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ରାଗିଯାଇ ବିରୋଧୀ ନେତାଙ୍କୁ ଗୃହରେ ଶାନ୍ତି ରଖିବାକୁ କହିଥିଲେ। ଏହା ପରେ ଟିକେ ନିୟନ୍ତ୍ରଣ ହେବା ପରେ ବାଚସ୍ପତି ମୋଦିଙ୍କୁ ଅଭିଭାଷଣ ରଖିବାକୁ କହିଥିଲେ ।

ଏହା ପରେ ଅଭିଭାଷଣ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ତାତ୍ସଲ୍ୟ କରି କହିଛନ୍ତି ଯେ, ସହଯୋଗୀଙ୍କ ରକ୍ତମାଂସ ଖାଇ କଂଗ୍ରେସ ବଞ୍ଚିରହୁଛି । ଯେଉଁଠି ଏକୁଟିଆ ସେଠି କଂଗ୍ରେସ ଭୋଟ ହାର ୨୬%  । ଯେଉଁଠି ଜୁନିଅର ପାର୍ଟନର ଥିଲେ, ସେଠି ହାର ୫୦% ହାର ଭୋଟ ଗ୍ରହଣ କରିଛି ବୋଲି କହିଛନ୍ତି ମୋଦି । ସେ ଏହା ବି କହିଛନ୍ତି କଂଗ୍ରେସ ଏଥର ଯାହାବି ସଂଖ୍ୟା ଗରିଷ୍ଠତା ହାସଲ କରିଛି, ତାର ୯୯ ଆସନ ତାଙ୍କୁ ତାଙ୍କ ସହଯୋଗୀ ଜିତାଇଛନ୍ତି । କଂଗ୍ରେସ ଏକାକୀ ଲଢ଼ିଥିବା ୧୬ ରାଜ୍ୟରେ ଭୋଟ ହାର କମିଛି । ୧୩ ରାଜ୍ୟରେ ତ ଜିରୋ ସିଟ୍ ଆଣିଛି କଂଗ୍ରେସ । ତଥାପି ବୟାନବାଜି କରୁଛି ବୋଲି କହିଛନ୍ତି ମୋଦି ।

ଏହା ସହିତ ସେ କଂଗ୍ରେସକୁ ଚେତାଇ ଦେଇ କହିଛନ୍ତି,  ଜନାଦେଶକୁ ମିଛ ବିଜୟ ନିଶାରେ ଭୁଲି ଯାଆନ୍ତୁନି । ଜନାଦେଶକୁ ସ୍ୱୀକାର କରନ୍ତୁ ବୋଲି କଂଗ୍ରେସକୁ ଚେତାଇ କହିଛନ୍ତି ମୋଦି । ୨୦୨୪ କଂଗ୍ରେସ ‘ପରଜୀବୀ କଂଗ୍ରେସ’ ଭଳି ରହିବ । ଯାହା ସହ ମେଣ୍ଟ କରେ ତା ଭୋଟ୍ ଖାଇଯାଏ । ଦେଶବାସୀ କଂଗ୍ରେସକୁ ଏ ନିର୍ବାଚନରେ ସ୍ପଷ୍ଟ ସଂକେତ ଦେଇଛନ୍ତି । ବିରୋଧୀ ଆସନରେ ବସିବାକୁ କଂଗ୍ରେସକୁ ସଂକେତ ଦେଇଛନ୍ତି । ଲଗାତାର ତୃତୀୟ ଥର କଂଗ୍ରେସ ଶହେ ଛୁଇଁ ପାରିନି । କଂଗ୍ରେସ ଇତିହାସରେ ଏହା ତୃତୀୟ ସର୍ବାଧିକ ଖରାପ ପ୍ରଦର୍ଶନ । ତଥାପି ସୁଧୁରୁନି କଂଗ୍ରେସ ବୋଲି କହିଛନ୍ତି ମୋଦି ।

Leave A Reply

Your email address will not be published.