Latest Odisha News

BREAKING NEWS

କୃଷି ଆଇନକୁ ନେଇ ଲୋକସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଜବାବ ଆଜି ଲୋକସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ମହାମାରୀ କରୋନାକୁ ମନେ ପକାଇ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ମୋଦି କୃଷି ଆଇନକୁ ନେଇ ଐତିହାସିକ କହିଛନ୍ତି । କିନ୍ତୁ କଂଗ୍ରେସ କୃଷି ଆଇନକୁ ନେଇ ଚର୍ଚ୍ଚା କରୁଛି । କଂଗ୍ରେସ ଆଇନର ତଥ୍ୟ ଉପରେ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା । କଂଗ୍ରେସକୁ ସମାଲୋଚନା କରି କନଫ୍ୟୁଜ୍ ପାର୍ଟି ବୋଲି ମୋଦି କହିଛନ୍ତି । କଂଗ୍ରେସ ରାଜ୍ୟସଭାରେ ଗୋଟିଏ ମତ ରଖୁଥିବା ବେଳେ ଲୋକସଭାରେ ଆଉ ଗୋଟିଏ ମତ ରଖୁଛି ।

ସେହିପରି କଂଗ୍ରେସ ନେତା ମନୀଷ ତିୱାରୀଙ୍କୁ ଜବାବ ଦେଇ ମୋଦି । କହିଛନ୍ତି, ଭଗବାନଙ୍କ କୃପାରୁ କରୋନାରେ ଦୁନିଆ ଦୋହଲି ଯାଇଥିବା ବେଳେ ଭାରତ ବଞ୍ଚି ଯାଇଛି । କରୋନା କାଳରେ ନର୍ସ ଓ ଡକ୍ଟର ଦେବଦୂତ ସାଜିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ସେମାନଙ୍କ ସେବା ଲୋକଙ୍କ ପାଇଁ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆନ୍ଦୋଳନରତ କୃଷକଙ୍କ ଭାବନାକୁ ସରକାର ଓ ସଂସଦ ସମ୍ମାନ କରେ । ଏଥିପାଇଁ ସରକାର ଲଗାତାର କୃଷକ ସଙ୍ଗଠନ ସହ ଆଲୋଚନା କରୁଛନ୍ତି । ଚର୍ଚ୍ଚା ବେଳେ ମନରେ ଥିବା ଦ୍ୱନ୍ଦ୍ୱ ଦୂର ଲାଗି ପ୍ରୟାସ କରାଯାଉଛି । ଯଦି ଆଇନରେ କିଛି ତ୍ରୁଟି ରହିଛି ଏବଂ ଏହାଦ୍ୱାରା କୃଷକ କ୍ଷତିଗ୍ରସ୍ତ ହେବେ, ତାହେଲେ ଏଥିରେ ପରିବର୍ତ୍ତନ କରିବାରେ କିଛି ନାହିଁ । ଏହା ଦେଶବାସୀଙ୍କ ପାଇଁ । ଯଦି ଆବଶ୍ୟକତା ପଡ଼େ କୃଷି ଆଇନରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.