Latest Odisha News

BREAKING NEWS

୩୦ ଲକ୍ଷରୁ ଅଧିକ ଡାଉନଲୋଡ ହେଲା ଟ୍ୱିଟରର ଦେଶୀ ପ୍ରତିଯୋଗୀ ‘କୁ’

ଭୁବନେଶ୍ୱର: ଟ୍ୱିଟରର ସ୍ୱଦେଶୀ ପ୍ରତିଯୋଗୀ ‘କୁ’ ଆପକୁ  ନେଇ ଚର୍ଚ୍ଚା । ଗତକାଲି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ, ରବିଶଙ୍କର ପ୍ରସାଦ ପ୍ରମୁଖ, କେନ୍ଦ୍ର ସରକାରଙ୍କ ଅନେକ ବିଭାଗ ଓ ସେଲିବ୍ରିଟି ତଥା ପ୍ରମୁଖ ବ୍ୟକ୍ତି ବିଶେଷ ଏହି ଆପରେ ଯୋଗ ଦେଇଛନ୍ତି । ଅନେକ ଲୋକ ‘କୁ’ରେ ସାମିଲ ହେବାକୁ ନେଇ ଟ୍ୱିଟରରେ ସୂଚନା ଦେଉଛନ୍ତି । ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରୁଛି ‘BanTwitter’ ଓ ‘KooRevolution’ ।

‘କୁ’ ଇଂରାଜୀ, ହିନ୍ଦୀ, କନ୍ନଡ, ତେଲୁଗୁ, ମରାଠୀ, ତାମିଲ, ଗୁଜରାଟୀ, ବଙ୍ଗାଳି, ମାଲାୟଲମ୍ ଭାଷାରେ ଉପଲବ୍ଧ । ୧୦ ମାସ ତଳେ କୁ ଆପ୍ ଆରମ୍ଭ ହୋଇଥିବା ବେଳେ ଟ୍ୱିଟରରୁ ନେଇ ବିବାଦ ଦେଖା ଦେବାରୁ ଏହା ପ୍ରତି ଲୋକଙ୍କ ଆଗ୍ରହ ବଢିଛି । ଆଜି ସୁଦ୍ଧା ଏହାକୁ ୩୦ ଲକ୍ଷରୁ ଅଧିକ ଲୋକ ଡାଉନ ଲୋଡ କରିସାରିଥିବା ସୂଚନା ମିଳିଛି ।

ହଠାତ୍ ଏହା ପ୍ରତି ଲୋକଙ୍କ ଆଗ୍ରହ ବଢିଥିବାରୁ ଏହାର ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣ ଓ ସହ ପ୍ରତିଷ୍ଠାତା ମୟଙ୍କ ବିଦୱକ୍ତ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.