ନୂଆଦିଲ୍ଲୀ: ମୁଁ ୨୪ ଘଂଟା ଆପଣଙ୍କ ସହ ଉପଲବ୍ଧ ରହିଛି । କୋଭିଡ-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କିଛି ପ୍ରସ୍ତାବ କିମ୍ବା କିଛି କହିବାକୁ ଚାହୁଁଥିଲେ ମୋତେ ସିଧାସଳଖ କହିପାରିବେ । ଆମେ କାନ୍ଧକୁ କାନ୍ଧରେ ମିଶାଇ ଚାଲିବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ମୁକାବିଲା ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରିଥିବା ଭିଡିଓ କନଫରେନ୍ସିଂ ବୈଠକରେ କହିଛନ୍ତି ।
ଏହି ଭିଡିଓ କନଫରେନସିଂ ବେଳେ ମୁଖ୍ୟମନ୍ତ୍ରୀମାନଙ୍କର ଅନେକ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏପ୍ରିଲ ୧୪ରେ ପ୍ରଥମ ଲକଡାଉନ୍ ଅବଧି ଶେଷ ହେଉଛି ଆଉ ତିନି ସପ୍ତାହ ଲକଡାଉନ୍ ବଢ଼ାଇବାକୁ ଅନେକ ରାଜ୍ୟ ପ୍ରସ୍ତାବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ।
ସୂଚନା ମୁତାବକ ଦେଶରେ ଏଯାଏଁ ମହାମାରୀ କରୋନା ଭୂତାଣୁରେ ୭,୪୦୦ ଜଣ ସଂକ୍ରମିତ ହୋଇଛନ୍ତି । ଏଥିସହ ୨୩୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
BREAKING NEWS
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
- Odisha Budget 2026-27: ଏହି ଦିନରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ, ୨୦ରେ ବଜେଟ୍ ଉପସ୍ଥାପନ
- Naxalites Surrender: ‘ଲାଲ ଆତଙ୍କ’ଉପରେ ପ୍ରହାର: ୮ଲକ୍ଷ ପୁରସ୍କାର ରାଶି ଥିବା ୪ ମାଓବାଦୀଙ୍କ ଆତ୍ମସମର୍ପଣ
- ଏଣିକି ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର’ ଗାଡି ବ୍ୟବହାର କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ
Comments are closed.