Latest Odisha News

BREAKING NEWS

ଭିଡିଓ କନଫେରେନ୍ସରେ ଗଂଜେଇ ସହ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ !

ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ତେବେ ଏଥର କଳକୀଙ୍କ ସହ ଲଢେଇ, CAA କୁ ବିରୋଧ କିମ୍ବା କୌଣସି ଫିଲ୍ମର କାହାଣୀକୁ ନେଇ ନୁହେଁ ବରଂ ତାଙ୍କ ବିରୋଧରେ ଆସିଛି ଗଂଜେଇ ଟାଣିବା ଅଭିଯୋଗ ।

BjdElectrycity

ବ୍ୟକ୍ତିଗତ ତଥା ଗୋପନୀୟତାରେ ଗଂଜେଇ ଟାଣିବା କାହାକୁ ଫରକ ପକାଇନଥାଏ । ହେଲେ ଭିଡିଓ କନଫେରେନ୍ସରେ ଗଂଜେଇ ଟାଣିବା ଭଳି ଅଭିଯୋଗ ଆସିଛି ଅନୁରାଗଙ୍କ ବିରୋଧରେ ।

ଭିଡିଓ କନଫେରେନ୍ସିଂରେ ଗଂଜେଇ ସିଗାରେଟ ରୋଲ୍ କରିବା ନେଇ ଚିରାଗ ନାମକ ସୋସିଆଲ୍ ମିଡିଆ ୟୁଜର୍ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିବା ସହ ତଦନ୍ତ କରିବାକୁ କହିଥିଲେ ।

ଏହାର ଜବାବ ଦେବାକୁ ଯାଇ ଅନୁରାଗ ବି ତଦନ୍ତ ପାଇଁ ରାଜି ଥିବାବେଳେ ଗଂଜେଇ ନୁହେଁ ବରଂ ତାହାକୁ ତମ୍ବାଖୁ ବୋଲି କହି ସଫେଇ ଦେଇଛନ୍ତି ।

Leave A Reply

Your email address will not be published.