Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଲେ ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୋଦି ।। ବୁଧବାର ମୋଦି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି ଇସ୍ତଫା ପତ୍ର । ନିର୍ବାଚନ ୨୦୨୪ର ଫଳାଫଳ ପ୍ରକାଶ ପାଇଛି  । ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୨୪୦ ଟି ଆସନ ପାଇଥିଲେ ମଧ୍ୟ ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ରହିଛି ।କିନ୍ତୁ ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୪ ଟି ସିଟ୍ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି ।

ଏଭଳି ପରିସ୍ଥିତିରେ ଏନଡିଏ ସରକାର ଗଠନ କରିବାର ଦୃଢ ସମ୍ଭାବନା ରହିଛି। ସେପଟେ ମୋଦି ପୁଣି ପ୍ରଧାନମନ୍ତ୍ରୀ ଭାବେ ୮ରେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ମୋଦି ୮ରେ ଶପଥ ନେବେ । ୮ ତାରିଖ ସନ୍ଧ୍ୟାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ ।

 

Leave A Reply

Your email address will not be published.