Latest Odisha News

BREAKING NEWS

ଅନ୍ତର୍ଜାତୀୟ ଭାରତୀ ମହୋତ୍ସବ; ସମ୍ବୋଧନ ବେଳେ ସୁବ୍ରମଣ୍ୟମ୍‌ଙ୍କୁ ସ୍ମରଣ କଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଶୁକ୍ରବାର ତାମିଲ କବି ତଥା ଲେଖକ ସୁବ୍ରମଣ୍ୟମ ଭାରତୀଙ୍କ ୧୩୮ ତମ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚଳିତ ବର୍ଷ ଆନ୍ତର୍ଜାତୀୟ ଭାରତୀ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି। ଭାନାଭିଲ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଉତ୍ସବକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମହାକବି ସୁବ୍ରମଣ୍ୟମଙ୍କୁ ସ୍ମରଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ଉତ୍ସବକୁ ସମ୍ବୋଧିତ କରିଛନ୍ତି।

ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ସକ୍ରିୟ ଭାଗିଦାରୀ ରହିଥିଲା। ତାଙ୍କ ରଚନାରେ ଅନୁପ୍ରାଣିତ ହୋଇ  ଦକ୍ଷିଣ ଭାରତରେ ବହୁ ସଂଖ୍ୟକ ଲୋକ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ।

ସୁବ୍ରମଣ୍ୟମ ଭାରତୀଙ୍କର ହିନ୍ଦୀ, ବଙ୍ଗାଳୀ, ସଂସ୍କୃତ, ଇଂରାଜୀ ସମେତ ଅନେକ ଭାଷାରେ ସେ ପାରଙ୍ଗମ ଥିଲେ। ଏହି ଭାଷାଗୁଡ଼ିକରେ ତାମିଲ ତାଙ୍କର ପ୍ରିୟ ଭାଷା ଥିଲା। ୧୧ ଡିସେମ୍ବର ୧୮୮୨ରେ ତାମିଲ ଗାଁରେ ଜନ୍ମ ହୋଇଥିବା ସୁବ୍ରମଣ୍ୟମ ୧୧ ବର୍ଷ ବୟସରେ କବି ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ତାଙ୍କୁ ଦେବୀ ସରସ୍ୱତୀ ଆଖ୍ୟାରେ ସମ୍ମାନିତ କରାଯାଇଥିଲା। ଏହା ପରେ ସେ ଲେଖକ ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ।

Comments are closed.