Latest Odisha News

BREAKING NEWS

ହୃଦଘାତର ଶିକାର ହେଲେ ରେମୋ ଡି’ ସୁଜା, ଆଇସିୟୁରେ ଭର୍ତ୍ତି !

ମୁମ୍ବାଇ: ହୃଦଘାତର ଶିକାର ହେଲେ କୋରିଓଗ୍ରାଫର୍ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି’ ସୁଜା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ହାର୍ଟରେ ବ୍ଲକେଜ ହେବା ପରେ ରେମୋଙ୍କର ଆଂଜିଓଗ୍ରାଫୀ କରାଯାଇଛି । ଆଗାମୀ ୨୪ ଘଣ୍ଟା ରେମୋଙ୍କ ଜୀବନ ଓ ମରଣକୁ ନିର୍ଦ୍ଧାରଣ କରିବ ।

କୋରିଓଗ୍ରାଫିରୁ କ୍ୟାରିୟର ଆରମ୍ଭ କରିଥିବା ରେମୋ ନିର୍ଦ୍ଦେଶନାରେ ବି ସଫଳ ହୋଇପାରିଥିଲେ । ଷ୍ଟ୍ରିଟ୍ ଡାନ୍ସର, ଏବିସିଡି ଓ ଏ ଫ୍ଲାଇଂ ଜଟ୍ଟ ଭଳି ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଥିଲେ । ଫିଲ୍ମ ଦୁନିଆ ଛଡା ରେମୋ ଛୋଟ ପରଦାରେ ବି ସକ୍ରିୟ ଥିଲେ । ଡାନ୍ସ ଇଣ୍ଡିଆ ଡାନ୍ସ, ଡାନ୍ସ ପଲ୍ସ ଓ ଝଲକ ଦିଖଲାଜା ଭଳି ସୋରେ ସେ ଜଜ୍ ଭାବେ ନଜର ଆସିଥିଲେ ।

Leave A Reply

Your email address will not be published.