Latest Odisha News

BREAKING NEWS

ଦେଶବାସୀଙ୍କୁ ଆଜି ପୁଣି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏନେଇ ସେ ଟ୍ୱିଟ କରି ଜଣାଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲକଡାଉନ ଜାରି କରାଯାଇଥିବା ବେଳେ ଦେଶବାସୀ ଏହାକୁ ଗୁରୁତର ଭାବେ ନେଉନାହିଁନ୍ତି । ଯାହାଫଳରେ ଆଜି ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥାକରୋନାଭାଇରସ ମୁକାବିଲା ସମ୍ବନ୍ଧରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ । ସେହିପରି କରୋନାଭାଇରସର ବିସ୍ତାରକୁ ରୋକିବା ଲାଗି ନିକଟ ଅତୀତରେ ମହାରାଷ୍ଟ୍ର, ପଞ୍ଜାବ, ଚଣ୍ଡିଗଡ ଓ ପୁଡୁଚେରୀରେ ମଧ୍ୟ କର୍ଫ୍ୟୁ ଲଗାଯାଇଛି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ କରୋନାଭାଇରସରେ ଭାରତରେ ପ୍ରାୟ ୫୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହି ଭୂତାଣୁ ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୨ରୁ ଅଧିକ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.