Latest Odisha News

BREAKING NEWS

କାଶ୍ମୀରକୁ ନେଇ ଇମରାନଙ୍କ ଛାଡୁନି ମୋହ

ଜମ୍ମୁ-କାଶ୍ମୀର: କାଶ୍ମୀର ପ୍ରସଙ୍ଗକୁ ନେଇ ସମ୍ପୁର୍ଣ୍ଣ ଭାବେ ହାର ମାନିଛି ପାକିସ୍ତାନ । ତଥାପି କାଶ୍ମୀରକୁ ଛାଡ଼ି ପାରୁନି ପାକିସ୍ତାନ । ଅନ୍ତଜାର୍ତିକ ସ୍ତରରେ ଏହି ପ୍ରସଙ୍ଗକୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଉଠାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା । କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କୁହଯାଇଥିଲା । ଯାହା ପରେ କୌଣସି ଦେଶ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଚାହିଁଥିଲେ ମଧ୍ୟ କରିପାରିନଥିଲେ । ଏକ ସାକ୍ଷାତକାରେ ପୁଣି ଥରେ ଏହି କଥାକୁ ଦୋହରାଇଛନ୍ତି ଇମରାନ ।
ଭାରତରେ ମୋଦି ସରକାର ଶାସନ ଚାଲିଥିବା ପର୍ଯ୍ୟନ୍ତ କାଶ୍ମୀର ପ୍ରସଙ୍ଗର କୌଣସି ସମାଧାନ ହୋଇପାରିବ ନାହିଁ ବୋଲି ଇମରାନ କହିଛନ୍ତି । କାରଣ ନାଜି ଓ ହିଟଲରଙ୍କ ବିଚାରଧାରକୁ ଅନୁସରଣ କରୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ଏବଂ ନରେନ୍ଦ୍ର ମୋଦୀ । ଯାହା ପାଇଁ ମୋଦୀଙ୍କ କାର୍ଯ୍ୟକାଳ ଥିବା ପର୍ଯ୍ୟନ୍ତ ଏହାର ସମାଧାନ ଅସମ୍ଭବ । ହେଲେ ଭବିଷ୍ୟତରେ ଜଣେ ମଜବୁତ ଭାରତୀୟଙ୍କ ନେତୃତ୍ୱରେ କାଶ୍ମୀର ସମାଧାନର ନିଷ୍କର୍ସ ବାହାରିବା ବୋଲି ସେ ଆଶା ରଖିଥିବା କହିଛନ୍ତି ।

Leave A Reply

Your email address will not be published.